Odiapua.com

ବସ ଧକ୍କାରେ ବୃଦ୍ଧ ମୃତ

ବ୍ରହ୍ମପୁର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଗଞ୍ଜାମ ବୁଗୁଡ଼ା ଥାନା ବରଡ଼ିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଦେଇ ନୟାଗଡ଼ ଯାଉଥିବା ଲକ୍ଷ୍ମୀ ବସ୍‌ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ନାରୁସୁ ପ୍ରଧାନ ବୋଲି ଜଣାପଡିଛି। ତେବେ ବସ୍‌ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି।