Odiapua.com

ବସ ଉପରେ ଛିଡି ପଡ଼ିଲା ଇଲେକ୍ଟ୍ରିକ ପୋଲ: ବଡ଼ ବିପଦରୁ ବର୍ତ୍ତିଗଲେ ଯାତ୍ରୀ

ବସଟି ଯୋଗୁଁ ଲୋକଙ୍କ ଜୀବନ ବଞ୍ଚିଗଲା!
ଭୁବନେଶ୍ୱର ୨୨/୬ (ଓଡ଼ିଆ ପୁଅ):ବସ ଉପରେ ଛିଡି ପଡ଼ିଲା ଇଲେକ୍ଟ୍ରିକ ପୋଲ।ତେବେ ଏକ ବଡ଼ ଧରଣରର ବିପଦ ବିପଦରୁ ବର୍ତ୍ତିଯାଇଛନ୍ତି ଯାତ୍ରୀ।ଇଲେକ୍ଟ୍ରିକ ପୋଲର ତାର ସୌଭାଗ୍ୟ ବଶତଃ ବସର ସଂସ୍ପର୍ଶରେ ନଆସି ପାରିବାରୁ ବଡ଼ ଧରଣର ବିପଦ ଟଳି ଯାଇଛି।

ଘଟଣାଟି ଘଟିଛି ନୂଆ ଜଗନ୍ନାଥ ସଡ଼କର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାର ନିକଟରେ।ରାମେଶ୍ୱରରୁ ବାଲିପଡ଼ା ଆଭିମୁଖେ ଯାଉଥିବା ବସଟି ଯାଉଥିବା ସମୟରେ ଦୁର୍ବଳ ଅବସ୍ଥାରେ ଥିବା ପୋଲଟି ରୋଡ଼ ପଟକୁ ପଡ଼ି ଯାଇଥିଲା।କିନ୍ତୁ ତାର ବସ ସଂସ୍ପର୍ଶରେ ଆସିନଥିଲା।ଫଳରେ ବିପଦ ଟଳି ଯାଇଥିଲା।ବର୍ତ୍ତିଯାଇଥିଲେ ବସ ଯାତ୍ରୀ।ତେବେ ସେ ସମୟରେ ବସଟି ଯାଇନଥିଲେ ପୋଲଟି ସଂପୂର୍ଣ୍ଣ ରୋଡ଼ ଉପରେ ପଡ଼ି ଯାଇଥାଆନ୍ତା।ଏବଂ ଏହାର ପ୍ରଭାବରେ ମଧ୍ୟ ଯାତାୟାତ କରୁଥିବା ଲୋକ ଆସିଥାଆନ୍ତେ।ତେଣୁ ଏକ ପ୍ରକାର କହିବାକୁ ଗଲେ ବରଂ ବସଟି ଯୋଗୁଁ ଲୋକଙ୍କ ଜୀବନ ବଞ୍ଚିଗଲା।