Odiapua.com

ବସ୍ ମଧ୍ୟରେ ମହିଳାଙ୍କୁ ଅସଦାଚରଣ : ନିର୍ଦ୍ଦୁମ ଛେଚିଲେ ଗ୍ରାମବାସୀ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବସ୍ ମଧ୍ୟରେ ମହିଳାଙ୍କୁ ଅସଦାଚରଣ କରିବାରୁ ବସ୍ ଅଟକାଇ ଗ୍ରାମବାସୀମାନେ ଅଭିଯୁକ୍ତକୁ ନିର୍ଦ୍ଦୁମ୍ ଛେଚିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଗତକାଲି ବାସୁଦେବପୁର ବ୍ଲକ୍ ପଦ୍ମପୁର ପଂଚାୟତ ପଦ୍ମପୁର ବଜାରର କିଛି ଦୂରରେ । ସୂଚନା ଅନୁସାରେ ଚକାଡୋଳା ନାମକ ଏକ ଘରୋଇ ବସ୍ ଭଦ୍ରକରୁ ବାସୁଦେବପୁର ଯିବାବେଳେ ପ୍ରବଳ ଭିଡ ଥିଲା । ତାହାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କୁ ଅସଦାଚରଣ କରିଥିବାର ମହିଳା ଜଣକ କହିବାରୁ ତାଙ୍କ ସ୍ୱାମୀ ସହିତ କିଛି ଗ୍ରାମବାସୀ ଯୁବକଙ୍କୁ ଟଣାଓଟରା କରିବା ସହିତ ମାଡ ମଧ୍ୟ ମାରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି କରୋନା କଟକଣା ଥିବା ସତ୍ୱେ ଏହି ଘରୋଇ ବସ୍ ଗୁଡିକ ନିଜର ସିଟିଙ୍ଗ ଠାରୁ ଅଧିକ ଯାତ୍ରୀ କିପରି ନେଉଛନ୍ତି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।