Odiapua.com

ଫସିଥିବା ଜାହାଜରୁ କଢାଯିବ ତେଲ

ଭୁବନେଶ୍ଵର,୨୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ଆରମ୍ଭ ହେବ ତେଲ କଢ଼ା ପ୍ରକ୍ରିୟା। ଜାହାଜ ମାଲିକଙ୍କ ସହ ଏସମ୍ପର୍କରେ ଯୋଗାଯୋଗ କରାଯାଇଛି। ଜାହାଜ ମାଲିକ ପୁରୀ ଜିଲ୍ଲାପାଳଙ୍କ ସହ ବି ଆଲୋଚନା କରିଛନ୍ତି। ଏନେଇ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଜାହାଜରେ ଥିବା ୩୦ହଜାର ଲିଟର ତେଲ କଢ଼ାଯିବା ସହ ଜାହାଜକୁ ବି ସ୍ଥାନାନ୍ତରିତ କରାଯିବ। ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେପଟେ ଯାହାଜ ଉପରେ ପ୍ରଶାସନ କଡା ନଜର ରଖିଛି ।