Odiapua.com

ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିହାର୍,୦୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବିହାରର ପୁର୍ନିଆ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ମୁଜ୍ଜାଫରନଗରରୁ ସିଲିଗୁଡୀ ଯାଉଥିବା ବସ ଡିଭାଇଡର ସହିତ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଦିଲ୍ଲୀର ମୁଜ୍ଜାଫରନଗରରୁ ସିଲିଗୁଡୀ ଯାଉଥିବା ବସ୍‌ ଖଞ୍ଜାଚୀ ଥାନା ନିକଟ ବସଷ୍ଟାଣ୍ଟରେ ନିକଟରେ ଡିଭାଇଡର ସହିତ ଧକ୍କା ହୋଇଥିଲା। ଏହି ଧକ୍କା ହେବା ଫଳରେ ବସରେ ନିଆଁ ଲାଗିବା ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଲୋକମାନେ ପହଞ୍ଚି ଯାତ୍ରୀମାନଙ୍କୁ ବଞ୍ଚାଇବା ସହିତ ନିଆଁକୁ ଆୟତ୍ତ କରିଥିଲେ। ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି।