Odiapua.com

ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନଵରନବରଙ୍ଗ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ସର୍ଟ୍ ସର୍କିଟ ଯୋଗୁଁ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । ଏହି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁରରେ । ତେବେ  ନବରଙ୍ଗପୁରରେ ଏକ ଘରୋଇ ଯାତ୍ରୀବାହୀ ବସରେ ଏଭଳି ଦୁର୍ଘଟଣା ଘଟିଛି । ବସଟି ଭୁବନେଶ୍ୱରରୁ ଜୟପୁର ଯାଉଥିବା ବେଳେ ନବରଙ୍ଗପୁର ସର୍କିଟ ହାଉସ ନିକଟରେ ପ୍ରବଳ ଧୂଆଁ ବାହାରି ନିଆ ଲାଗିଯାଇଥିଲା।ଧୂଆଁ ବାହାରିବାରୁ ଯାତ୍ରୀ ମାନେ ବସରୁ ବାହାରକୁ ଚାଲିଆସିଥିଲେ। ବସ୍ ମଧ୍ୟ ରେ ୨୦ ରୁ ୨୫ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।