Odiapua.com

ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, ୧୭ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ସରୋଜ କୁମାର ତ୍ରିପାଠୀ ଯୋଗଦେଇ ବିଭିନ୍ନ ସ୍ଥାନରୁ ଆସିଥିବା ୩୨ଜଣ ରୋଗୀଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରି ସେମାନଙ୍କୁ ଔଷଧ ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କର ଚକ୍ଷୁରେ ଆସନ୍ତା ଗୁରୁବାର ମାଗଣାରେ ଅସ୍ର୍ତ୍ରୋପ୍ରଚାର କରାଯିବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶିବିର ପରିଚାଳନାରେ ଚିକିତ୍ସାଳୟର କର୍ମଚାରୀ ବନୀତା ଧନି, ଜୟଶ୍ରୀ ସାହୁ, ଶିବାନନ୍ଦ ନାଟିଆ, ଅଜିତ ବେହେରାଙ୍କ ସମେତ ସମାଜସେବୀ ସତ୍ୟବ୍ରତ ସିଂ ପ୍ରମୁଖ ସହଯୋଗ କରିଥିଲେ।