କଣ୍ଟାବାଞ୍ଜି ୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡା ଗ୍ରାମରେ ବଳି ଦେବା ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ତୁରେକେଲା ବ୍ଲକ ଅଧିନସ୍ଥ ମାନ୍ଦେଲ ଗ୍ରାମର ଭୁଜବଲ ମାଝୀ( ୪୮) ନାମକ ଜଣେ ବ୍ୟକ୍ତି ଅନେକ ଦିନରୁ ସାଲେପଡା ଗ୍ରାମ ର କାଳୀ ପୂଜା କରୁଥିବା ଜଣେ ବାବା ଙ୍କ ସହ ମିଶି ପୂଜା ପାଠ, ତନ୍ତ୍ର, ମନ୍ତ୍ର ଆଦି କରି ଆସୁଥିଲେ।ଭୁଜବଲ ଉକ୍ତ ବାବା ଙ୍କୁ ପୂଜା ରେ ସହଯୋଗ କରିଆସୁଥିଲେ। ଏହି ପୂଜା ପାଇଁ ସହଯୋଗ କରିବା କୁ ଉକ୍ତ ବାବା ଭୁଜବଲ ଙ୍କୁ ତାଙ୍କ ଗ୍ରାମ ରୁ ସାଲେପଡା କାଳୀମନ୍ଦିର ନିକଟକୁ ଡକେଇ ଥିଲେ। ଭୁଜବଲ ଘରେ କହି ସାଲେପଡା ଆସି ଆଉ ଫେରି ନ ଥିଲେ। ପରେ ପରିବାର ଲୋକେ ଖୋଜା, ଖୋଜି କରୁଥିବା ବେଳେ କାଳୀ ମନ୍ଦିର ନିକଟରେ ଥିବା ଏକ କୂଅ ରୁ ଉଲଗ୍ନ ଅବସ୍ଥାରେ ଏକ ଶବ ପଡିଥିବା ଶୁଣି ତାହା ଭୁଜବଲ ବୋଲି ଜାଣି ପୋଲିସ କୁ ସୂଚନା ଦେଇଥିଲେ। ତେବେ କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟା ନନ୍ଦ କର୍କରା ଉକ୍ତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ବେଳେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରି ଥିବା ଜଣାଯାଇଛି। ଏ ଘଟଣା ରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ଥିବା ଜଣାଯାଇଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଉତେଜନା ପ୍ରକାଶ ପାଇଥିବା ବେଳେ, ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।