Odiapua.com

ବଳରାମଗଡ଼ିରେ ବିଜେଡିର ନିର୍ବାଚନୀ ସଭା

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ଉପ-ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ସ୍ୱରୂପଙ୍କ ସପକ୍ଷରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆଜି ଜୋରଦାର ପ୍ରଚାର କରାଯାଇଛି। ଏହି ପରିପ୍ରେକ୍ଷୀରେ ବଳରାମଗଡ଼ିରେ ଆୟୋଜିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଟ୍ରଲର ଆସୋସିଏସନ ସଭାପତି ତଥା ବିଜେଡିର ଆଗଧାଡ଼ିର ନେତା ବାଦଲ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ପାଟଣାଗଡ଼ ବିଧାୟକ ଜଗନ୍ନାଥ ସ୍ୱାଇଁନାରୀନେତ୍ରୀ ଶକୁନ୍ତଳା ମହାପାତ୍ର, ମାଳତି ସାହୁଙ୍କ ସମେତ ସନ୍ତୋଷ ଦାସ, ଶେଖ୍ ରାଜା, ଶେଖ୍ ଦିଲବାର, ହବିବ୍ ଅଲ୍ଲି ଖାଁ, ଶେଖ୍ ମିସବାଉଦ୍ଦିନ୍ ପ୍ରମୁଖ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସପକ୍ଷରେ ଭୋଟଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ସହ ବିକାଶର ଧାରାକୁ ଉପସ୍ଥାପନ ସହ ବିଜେଡି ନେତା ଓ ମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ବିଜେଡି କର୍ମୀ ରମଜାନ ଅଲ୍ଲି ଖାଁ, ଶେଖ୍ ଆରଫାନ୍, ÷ଭିଜିତ୍ ନନ୍ଦୀ, ସୁଶାନ୍ତ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ପରିଖିର ନିର୍ବାଚନ ଶେଷ କରି ମନ୍ତ୍ରୀ ଶ୍ରୀ ସିଂହ ଡଙ୍ଗା ଯୋଗେ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବଳରାମଗଡ଼ିରେ ପହଞ୍ଚିଥିଲେ।