ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟରେ ଜୋନ ସ୍ତରୀୟ କ୍ରୀଡାତ୍ସୋବ ପ୍ରଧାନଶିକ୍ଷୟତ୍ରୀ ସୁଚୀସ୍ମୀତା ମାର୍ଣ୍ଡିିଙ୍କ ପୌରହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ମୁଖ୍ୟବକ୍ତା, ପ୍ରଧାନଶିକ୍ଷକ ଗୌରୀଶଙ୍କର ମିଶ୍ର, ବ୍ଲକ କ୍ରୀଡା ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, ଶିକ୍ଷା ସଂଯୋଜକ ରାଧାଶ୍ୟାମ ମଲ୍ଲିକ, ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ସୁଧାକର ଦାଶ, ପରିଚାଳନା ସମିତି ସଭାପତି ନିରୋଜ ରାଉତ, କ୍ରୀଡା ଶିକ୍ଷୟତ୍ରୀ ବିକଶୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଜୋନ ଅନ୍ତର୍ଗତ ୬ଟି ପଂଚାୟତ ବିଦ୍ୟାଳୟରୁ ୧୪ରୁ ୧୭ ବର୍ଷ ମଧ୍ୟରେ ୨୩୨ ଛାତ୍ରଛାତ୍ରୀମାନେ କବାଡି, ଭଲିବଲ, ଖୋ ଖୋ, ବ୍ୟାଡମିଂଟନ, ଚେସ ଆଦି କ୍ରୀଡାରେ ଅଂଶଗ୍ରହଣ କରିଥିଲେ। ଶେଷ୍ଠ ପ୍ରତିଯୋଗୀଙ୍କୁ ବ୍ଳକସ୍ତରୀୟ କ୍ରୀଡା ପାଇଁ ମନୋନୀତ କରାଯାଇଥିଲା। ଶିକ୍ଷୟତ୍ରୀ କଳ୍ପନା ମଲ୍ଲିକ ଅତିଥି ପରିଚୟ ଓ ମଞ୍ଜୁଲତା ପଣ୍ଡା ବେଦପାଠ କରିଥିଲେ। ଶିକ୍ଷୟତ୍ରୀ ମୋନାଲିସା କର, ଦେବସ୍ମୀତା କର, ଲିପସିକା ଜେନା, ଶିକ୍ଷକ ସନ୍ତୋଷ ପଡିହାରୀ, ଶୁଭେନ୍ଦୁ ମଲ୍ଳିକ, କେଦାରସେନ ମଲ୍ଲିକ, ମାନସ ସାହୁ, ପ୍ରଶାନ୍ତ ଜେନା, ଭାଗବତ ମହାନ୍ତି, ସଶ୍ମିତା ମହାନ୍ତି, ପ୍ରୀତିଛନ୍ଦା ନାୟକ, ଶେଖ ଇମାମୁଲ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ। କ୍ରୀଡା ଶିକ୍ଷକ ଅମୂଲ୍ୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ବ୍ଲକ କୁ ୪ଟି ଜୋନରେ ବିଭକ୍ତ କରାଯାଇ ବାରିକପୁର ଜୋନସ୍ତରୀୟ କ୍ରୀଡା ବୁଧବାର ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଳ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବିଇଓ କୈଳାସ ଜେନା ମୁଖ୍ୟ ଅତିଥି, ଚିଙ୍ଗୁଡିପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ମିଶ୍ର, ବ୍ଲକ କ୍ରୀଡା ସଂଯୋଜକ ଜିତେନ୍ଦ୍ର ସାହୁ, ବିକଷି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପରିଚାଳନା କରିଥିଲେ।