Odiapua.com

ବଳଦେବଜୀଉ ପାୱାରଲୁମ ଶ୍ରମିକସଙ୍ଘ ପକ୍ଷରୁ ବକେୟା ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୧୯୬୯ମସିହାରୁ ତିନିମୁହାଣି ଶିଳ୍ପାଚଂଳରେ ପ୍ରତିଷ୍ଠିତ ହୋଇଥିବା ବଳଦେବଜୀଉ ପାୱାରଲୁମରେ କାର୍ଯ୍ୟକରିଆସୁଥିବା ୨ଶହ ଶ୍ରମିକ ସେମାନଙ୍କ ବକେୟା ଦରମା ଦୀର୍ଘବର୍ଷ ଧରି ପାଇନାହାନ୍ତି। ଗତ ୧୯୯୬ମସିହାରେ ଏହି ପାୱାରଲୁମକୁ ବନ୍ଦ କରି ଦିଆଯାଇଥିବା ବେଳେ ଗତ ୨୦୦୧ମସିହା ନଭେମ୍ବରମାସ ୩୦ତାରିଖରେ ଏହି ଶ୍ରମିକମାନଙ୍କୁ ଭି.ଆର.ଏସ. ଦିଆଯାଇଥିଲା। ଲିକ୍ୟୁଡେଟରଙ୍କୁ ଶ୍ରମିକମାନେ ବାରମ୍ବାର ସେମାନଙ୍କ ବକେୟା ଦରମା ପ୍ରଦାନ କରିବାକୁ ନିବେଦନ କରିଥିଲେବି ସେ ମହାଶୟ ଏହି ସମସ୍ୟା ପ୍ରତି କୈାଣସି କର୍ଣ୍ଣପାତ କରିନଥିଲେ। ଶ୍ରମିକମାନେ ବାଧ୍ୟହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏମ.ପି.(ସି) ନଂ-୧୧୩୦୨/୨୦୧୪ରେ ଏକ ମାମଲା ଦାୟର କରିବା ପରେ ଉଚ୍ଚ ନ୍ୟାୟାଳୟ ଗତ ୨୦୧୯ମସିହା ମାର୍ଚ୍ଚମାସ ୬ତାରିଖରେ ପାୱାରଲୁମରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ବକେୟା ଦରମା ପ୍ରଦାନ ପାଇଁ ଲିକ୍ୟୁଡେଟରଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ଅଦ୍ୟାବଧି ଲିକ୍ୟୁଡେଟର କୈାଣସି ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ବଳଦେବଜୀଉ ପାୱାରଲୁମର ସମସ୍ତ ବଳକା ଜିନିଷପତ୍ର ଓ ଜମିକୁ ଚଂଚକତା ପୂର୍ବକ ବିକ୍ରୀ କରି ଦିଆଯାଇଥିବା ଶ୍ରମିକ ସଙ୍ଘ ଅଭିଯୋଗ କରିଛି। ଯାହାଫଳରେକି ଶ୍ରମିକମାନେ ଅତ୍ୟନ୍ତ ଦୁଃଖର ସହିତ ଆର୍ଥିକ ଅନାଟନରେ ପରିବାର ସହ ମାନସିକ ଯନ୍ତ୍ରଣାରେ ଜୀବନଯାପନ କରୁଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାନଗଲେ ଶ୍ରମିକମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବା ସହ ଆବଶ୍ୟକ ହେଲେ ଆତ୍ମଦାହ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସଙ୍ଘ ପକ୍ଷରୁ ମୂରଲୀଧର ଦାସ, ରାଜକିଶୋର ଜେନା, ଗିରିଧାରୀ ପୃଷ୍ଟି, ସୁରେନ୍ଦ୍ର ବେହେରା, କ୍ଷେତ୍ରବାସୀ ସାହୁ, ଦିଗାମ୍ବର ପାତ୍ର, ଗୋବିନ୍ଦ ଚନ୍ଦ୍ର୍ର କର, କେଶବ ବେହୁରା, ପ୍ରଦୀପ କୁମାର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆବେଦନର ନକଲ ମୁଖ୍ୟମନ୍ତ୍ରୀ, ବୟନଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, କେନ୍ଦ୍ରାପଡା ସାଂସଦ ଓ କେନ୍ଦ୍ରାପଡା ବିଧାୟକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।