Odiapua.com

ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗ : ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେତେ ସୁରକ୍ଷିତ ?: ଡ.ସମ୍ବିତ ପାତ୍ର

ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛିସମସ୍ତ ବୁଥ୍‌ରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସି ଟିଭି ଓ ୱେବ୍ କାଷ୍ଟ କରାଯାଉ

ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରୀ ରଖିଛି

ପୋଲିସ ଓ ପ୍ରଶାସନ ସହାୟତାରେ ଶାସକ ବିଜେଡି ନେତାମାନେ ପ୍ରଚାର କାର୍ଯ୍ୟ ଜାରୀ ରଖିଛନ୍ତି

ମତଦାନ ଦିନ ବୁଥ୍ ଭିତରେ ପଶି ଗଣ୍ଡଗୋଳ ଭିଆଇ ବିଜେପି ଏଜେଂଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରିବା ସହ ଜୋର ଜବରଦସ୍ତ ଭୋଟ୍ ହାତେଇବାର ଶାସକ ବିଜେଡି ଯୋଜନା କରିଛି

ଭୁବନେଶ୍ୱର, ୨୮/୦୯ (ଓଡ଼ିଆ ପୁଅ): ପିପିଲି ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଗତ କିଛି ଦିନ ମଧ୍ୟରେ ଘଟିଯାଇଥିବା ଘଟଣାମାନରୁ ଏହି ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଏହା ସ୍ପଷ୍ଟ ପ୍ରମାଣିତ କରୁଛି। ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେତେ ସୁରକ୍ଷିତ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି।

ଗତ କାଲି ରାତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସୀମାରେ ଥିବା ବଳଙ୍ଗା ଥାନା ବିସ୍ପୋରଣ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବହୁ ଅଂଚଳ ବଳଙ୍ଗା ଥାନା ଅଧିନରେ ଆସୁଛି। ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ। ପ୍ରଥମେ ସାତଶଙ୍ଖସ୍ଥିତ ବିଜେପି ନିର୍ବାଚନ କାର୍ଯ୍ୟାଳୟରେ ବୋମାମାଡ ଏବଂ ପରେ ବଳଙ୍ଗା ଥାନା ବିସ୍ପୋରଣ ଆଦୈା ଅକସ୍ମାତ ନୁହେଁ ବରଂ ଏହା ଏକ ସୁପୋରିକଳ୍ପିତ ଓ ଏହା ନିଶ୍ଚିତ ଭାବରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି। ବଳଙ୍ଗା ଥାନାରେ କେତେ ଦିନ ହେଲା ବାଣ ଥିଲା ଏବଂ କାହିଁକି ଓ କାହା ପ୍ରରୋଚନାରେ ନିଷ୍କ୍ରିୟ କରାଯାଇନଥିଲା ? ଏହି ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି।

ଚଳିତ ପିପିଲି-ଡେଲାଙ୍ଗ ଉପନିର୍ବାଚନରେ ବିଜେଡି ଗୁଣ୍ଡା ଓ କାର୍ଯ୍ୟକର୍ତାଙ୍କ ଜରିଆରେ ଶାସକ ବିଜେଡି ନେତାମାନେ ବିଜେପି ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଚାର କାର୍ଯ୍ୟରେ ବାଧା ଦେବା, ଧମକ ଦେବା, ଆକ୍ରମଣ କରିବା ଭଳି ଅଗଣତାନ୍ତିକ ପନ୍ଥା ଆପାଣାଇଛନ୍ତି। ପିପିଲି ଅଂଚଳରେ ଗ୍ୟାଙ୍ଗୱାର ଦୀର୍ଘ ବର୍ଷ ଧରି ଜାରୀ ରହିଛି। ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରୀ ରଖିଛି। ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି। ବର୍ତମାନ ନିର୍ବାଚନ ପ୍ରଚାର ସମାପ୍ତ ହୋଇଥିଲେ ସୁଦ୍ଧା ଉଭୟ ପୋଲିସ ଓ ପ୍ରଶାସନ ସହାୟତାରେ ଶାସକ ବିଜେଡି ନେତାମାନେ ପ୍ରଚାର କାର୍ଯ୍ୟ ଜାରୀ ରଖିଛନ୍ତି। ମତଦାନ ଦିନ ବୁଥ୍ ଭିତରେ ପଶି ଗଣ୍ଡଗୋଳ ଭିଆଇ ବିଜେପି ଏଜେଂଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରିବା ସହ ଜୋର ଜବରଦସ୍ତ ଭୋଟ୍ ହାତେଇବାର ଶାସକ ବିଜେଡି ଯୋଜନା କରିଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛୁ ବୋଲି ଡ.ପାତ୍ର କହିଛନ୍ତି।

ଏଥି ସହ ସମସ୍ତ ବୁଥ୍‌ରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସି ଟିଭି ଓ ୱେବ୍ କାଷ୍ଟ କରିବା ପାଇଁ ବିଜେପି ତରଫରୁ ଦାବି କରାଯାଇଛି ବୋଲି ଡ.ପାତ୍ର କହିଛନ୍ତି।

ଡ.ସମ୍ବିତ୍ ପାତ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଓ ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ମିଡିଆ ବିଭାଗ ସହ ସଂଯୋଜକ ସୁଜିତ୍ କୁମାର ଦାସ୍ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଅମଲା ସଙ୍ଘ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକକେନ୍ଦ୍ରାପଡ଼ା, ୨୮ା୯: ଓଡିଶା ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ଜିଲ୍ଲା ଶାଖାର ସଭାପତି ଅଞ୍ଜନ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଙ୍ଘର ସମ୍ପାଦକ ଜ୍ଞାନରଞ୍ଜନ ଦାସ ବୈଠକରେ ଯୋଗଦେଇଥିଲେ। ସମ୍ପାଦକ ବିଶ୍ୱ ପ୍ରକାଶ ଲେଙ୍କା ଓ କୋଷାଧ୍ୟକ୍ଷା ଭୂମିସୁତା ମହାନ୍ତି ଯୋଗଦେଇ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଅନୁଯାଇ ଦରମା ସପ୍ତମ ବେତନ ଆୟୋଗ ଅନୁସାରେ ଲେବୁଲ-୯ ୩୫ହଜାର ୪ଶହ ଟଙ୍କା କରାଯିବା, ଜିଲ୍ଲା ଅମଲାମାନଙ୍କ ଠିକା ନିଯୁକ୍ତି ପ୍ରତ୍ୟାହାର, ସପ୍ତମ ବେତନର ୫୦ପ୍ରତିଶତ ବକେୟା ଅର୍ଥ ପ୍ରଦାନ, ଘରଭଡା ଓ ୧୧ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ, ନୂତନ ପଦବୀ ସଂସ୍ଥା ଅଧିକାରୀ ଓ ବରିଷ୍ଠ ସଂସ୍ଥା ଅଧିକାରୀଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ପଦ ଉଛେଦ କରାନଯାଇ କନିଷ୍ଠ ସହାୟକ ପଦ ଉଛେଦ କରାଯିବା ପାଇଁ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ୩୨ଟି ବିଭାଗର ଅମଲାମାନଙ୍କୁ ପ୍ରତ୍ୟେକ ବିଭାଗ ମଧ୍ୟରେ ବଦଳି କରାଗଲେ ଦୁର୍ନୀତି ହ୍ରାସ, ଲୋକଙ୍କୁ ଉତ୍ତମସେବା ପ୍ରଦାନ, ସରକାରୀ କାର୍ଯ୍ୟ ସଠିକ ଭାବରେ ହେବା, ସଚିବାଳୟ ଭଳି ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଅମଲାମାନଙ୍କୁ କନିଷ୍ଠ ସହାୟକଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସବୁ ବିଭାଗ ମଧ୍ୟରେ ବଦଳି କରାଯିବା ନିମନ୍ତେ ସଙ୍ଘ ପକ୍ଷରୁ ଦାବି କରାଯାଇଛି।