Odiapua.com

ବଲାଙ୍ଗୀର : ୩୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୧ ଜଣ ସୁସ୍ଥ ହୋଇ ଫେରଲେ

ବଲାଙ୍ଗୀର, ୨୫-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆଜି ବଲାଙ୍ଗିର ଜିଲ୍ଲାରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩ରେ ପହଁଞ୍ଚିଥିବା ବେଳେ ୨୭୧ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଆଜି ସୁସ୍ଥ ହୋଇଥିବା ୬ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାପରେ ହସ୍‌ପିଟାଲ୍‌ରୁ ଛୁଟି ଦିଆଯାଇଛି। ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ ଆରୋଗ୍ୟ ସଂଖ୍ୟା ୨୭୧ରେ ପହଞ୍ଚିଛି। ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩ ଥିବାବେଳେ୨୭୧ଜଣ ସୁସ୍ଥ ହୋଇଛନ୍ତି ଓ ୪୨ଜଣ ସକ୍ରିୟ ଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।