Odiapua.com

ବଲାଙ୍ଗୀର ବି ଇ ଡି କଲେଜରେ ନାମ ଲେଖା ବନ୍ଦ ନେଇ ଛାତ୍ର କଂଗ୍ରେସ ର ଦାବିପତ୍ର ପ୍ରଦାନ

ବଲାଙ୍ଗିର, ୦୨-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ)ଏନ୍‌ସିଟିଇ ଏ ବର୍ଷ ଠାରୁ ବଲାଙ୍ଗିର ବି- ଇଡି- କଲେଜରେ ନାମଲେଖା ପ୍ରତ୍ୟାହାର କରିଛି। ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର କଂଗ୍ରେସ ତରଫରୁ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ରେ ଏନ୍‌ସିଟିଇ ଆବଶ୍ୟକ କରୁଥିବା ଭିତ୍ତିଭୂମି ଶିକ୍ଷକ କର୍ମଚାରୀ ବଲାଙ୍ଗିର ବିଇଡି କଲେଜରେ ବନ୍ଦୋବସ୍ତ କରିବା ସହ ଏଠାରେ ବି-ଇଡି ପାଠ୍ୟକ୍ରମରେ ନାମଲେଖାର ବ୍ୟବସ୍ଥା କରାଯାଉ ଓ ସେଲ୍ପ ଫାଇନାନ୍ସିଂ ବିଇଡି ନାମଲେଖାକୁ ପ୍ରୋତ୍ସହନା ନ ଦେଇ ସରକାରୀ କଲେଜରେ ଛାତ୍ରମାନଙ୍କୁ ବି-ଇଡି ପାଠ୍ୟକ୍ରମରେ ବ୍ୟବସ୍ଥା କରାଯାଇ ଛାତ୍ରମାନଙ୍କ ଯେପରି ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ନ ହେବ ସରକାର ସେ ଦିଗରେ ତୁରନ୍ତ ପଦକ୍ଷେପ ନଆଯିବା ନେଇ ଦୁଇ ଦଫା ଦାବିପତ୍ର ରେ ଉଲ୍ଲଖ ରହିଛି। ତେବେ ଉପରୋକ୍ତ ଦୁଇଟି ଦାବି ଉପରେ ସରକାର ଶିଘ୍ର ହେବ ପଦକ୍ଷେପ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର ସମାଜ ପ୍ରତି ନ୍ୟାୟ ପ୍ରଦାନ ନକଲେ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସାରା ଜିଲ୍ଲାରେ ଛାତ୍ର ଆନ୍ଦୋଳନକୁ ତିବ୍ରତର କରିବ ଏବଂ ଏଥିରେ ଯଦି କୌଣସି ଧନ ଜୀବନ ହାନି ହୁଏ ସରକାର ଏଥିରେ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ବଲାଙ୍ଗିରରେ ଥିବା ବହୁ ପୁରାତନ ସରକାରୀ ବି-ଇ-ଡି କଲେଜରେ ଏ ବର୍ଷ ନାମଲେଖା ବନ୍ଦ କରିଦିଆଯାଇଛି। ନେସନାଲ କାଉନସିଲ ଫର ଟିଚର ଏଜୁକେଶନ (ଏନ୍‌ସିଟିଇ) ତରଫରୁ ବାରମ୍ବାର ଶିକ୍ଷା ବିଭାଗକୁ ବି-ଇଡି କଲେଜର ଶିକ୍ଷା ଭିତ୍ତିଭୂମି, ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ କର୍ମଚାରୀ ବ୍ୟବସ୍ଥା କରିବାକୁ ଚିଠି ମାଧ୍ୟମରେ ଜଣାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ସାମାନ୍ୟତମ ଉଦ୍ୟମ କରି ନଥିବା ଜଣାଯାଇଛି।। ତେବେ ଭିତ୍ତିଭୂମି ଏବଂ ଶିକ୍ଷକ କର୍ମଚାରୀର ଅଭାବ ଯୋଗୁଁ ଏନ୍‌ସିଟିଇ ଚଳିତ ଶିକ୍ଷା ବର୍ଷରେ ବଲାଙ୍ଗିର ସରକାରୀ ବି-ଇଡି କଲେଜରେ ନାମଲେଖା ଅନୁମତି ପ୍ରତ୍ୟାହାର କରି ନେଇଛି। ନାମଲେଖା ପ୍ରତ୍ୟାହାର ଯୋଗୁଁ ଏଠିକାର ଅନେକ ଗରିବ ଛାତ୍ର ବି-ଇଡିରେ ନାମଲେଖାରୁ ବଂଚିତ ହୋଇଛନ୍ତି। ତେବେ ଆଜିର ବକ୍ଷୋଭ ପ୍ରଦର୍ଶନ ସମୟରେ, ବଲାଙ୍ଗିର ଜିଲ୍ଲା ହେଉଛି ଏକ ଚିର ମରୁଡି ପ୍ରପିଡିତ ଜିଲ୍ଲା। ଆର୍ଥିକ କ୍ଷେତ୍ରରେ ଏହି ଜିଲ୍ଲାକୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲା ସହ ସମତୁଲ କରିପାରିନାହାନ୍ତି। ଏଠାକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ପଛରେ। ଶିକ୍ଷା ଭିତ୍ତିଭୂମିରେ ମଧ୍ୟ ଏହି ଜିଲ୍ଲାକୁ ରାଜ୍ୟ ସରକାର ବାରମ୍ବାର ଅଣଦେଖା କରିଚାଲିଛନ୍ତି। ଏଠାକାର ଛାତ୍ର ବିଗତ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାରଙ୍କ ବୈମାତୃକ ମନୋଭାବ ଶିକାର ହେଉଛି ବୋଲି ଛାତ୍ର କଂଗ୍ରେସ ର ସଭାପତି ଅଙ୍କିତ ସାହୁ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ରାଜ୍ୟ ସଂପାଦକ ଅଜୟ ବାଲି, ଅଭିନାଶ ସାଏ, କୈଳାଶ ମିଶ୍ର, ଯୁବନେତା ଲୋପନ ମିଶ୍ର, ଛଳ ପଣ୍ଡା, ସରୋଜ ପଧାନ, ଲମଣି ନାଏକ, ଶଙ୍କର ବିଶି, ମିଲୁ ସେଠ, ଅମିୟ କୁମାର ବଗର୍ତ୍ତି ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।