Odiapua.com

ବଲାଙ୍ଗୀର ଜିଲ୍ଲା ଏକ୍ସନ କମିଟିର ପ୍ରବାସୀ ଶ୍ରମିକଙ୍କୁ ବଲାଙ୍ଗୀରକୁ ଅଣାଯିବା ନେଇ ନିରବ ପ୍ରତିବାଦ

ବଲାଙ୍ଗୀର ୩୦-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଏକ୍ସନ କମିଟି ତରଫରୁ ଜିଲ୍ଲାକୁ ଆସୁଥିବା ପ୍ରବାସୀଙ୍କ ଆଗମନରେ ସହର ମଧ୍ୟରେ ଘଟୁଥିବା ଅବ୍ୟବସ୍ଥା ଆଧାରରେ ୪ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ ଜଣାଇଲେ ଏକ୍ସନ କମିଟିର କାର୍ଯ୍ୟକର୍ତ୍ତା। ପ୍ରକାଶ ଯେ ଏକ୍ସନ କମିଟି କହିବା ଆଧାରରେ ଗତ କିଛି ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ହଜାର ସଂଖ୍ୟାରେ ପ୍ରବାସୀ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଉଛନ୍ତି। ପ୍ରବାସୀଙ୍କ ଆଗମନକୁ କମିଟି ବିରୋଧ କରୁନାହିଁ କିନ୍ତୁ ବିରୋଧ କରାଯାଉଛି ପ୍ରଶାସନର ଅବ୍ୟବସ୍ଥାକୁ। ସହରକୁ କେବଳ ଟ୍ରେନରେ ନୁହେଁ ବସରେ ମଧ୍ୟ ପ୍ରବାସୀ ସହରକୁ ଆସି ଅନେକ ସ୍ଥାନରେ ରହଣି କରୁଛନ୍ତି। କିଛି ପ୍ରବାସୀ କ୍ଵାରେଣ୍ଟଟାଇନ ସେଣ୍ଟରରୁ ବାହାରକୁ ଯାଇ ବଜାର କରି ଜିନିଷ କିଣାକିଣି କରିବା ଭଳି ଦୃଶ୍ୟ ମଧ୍ୟ ନଜରକୁ ଆସୁଛି। ଆହୁରି ମଧ୍ୟ କମିଟି କହିଛି, ବର୍ତ୍ତମାନ ସହର ମଧ୍ୟରେ ହୁ ହୁ ହୋଇ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେବା ସହିତ ସହରରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିମାଣରେ ହୁଗୁଳା ପରିସ୍ଥିତି ଦେଖିବାକୁ ମିଳୁଛି। ଆଗାମୀ କିଛି ଦିନ ବ୍ୟବଧାନରେ ବଲାଙ୍ଗୀର ସହର ଏକ ରେଡ଼ ଜୋନ କିମ୍ବା ହଟସ୍ପର୍ଟ ହେବା ପାଇଁ ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି ଆକ୍ସନ କମିଟି ଆବାହକ ଶ୍ରୀ ପଣିଗ୍ରାହୀ। ଏ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରିବା ସହ ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆକ୍ସନ କମିଟି ଦୃଢ଼ ଦାବି କରିଛି।