Odiapua.com

ବଲାଙ୍ଗୀର ଜିଲ୍ଲାର ୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ବଲାଙ୍ଗିର ୬-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବାସୀଙ୍କ ପାଇଁ ଭଲ ଖବର। ବଲାଙ୍ଗିର ଜିଲ୍ଲାରେ ଶନିବାର ଆଉ୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୫୪ କୁ ବୃଦ୍ଧି ହୋଇଛି। ଆଜି ସୁସ୍ଥ ହୋଇଥିବା ୧୬ ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାପରେ ହସ୍‌ପିଟାଲ୍‌ରୁ ଛୁଟି ଦିଆଯାଇଛି। ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ ଆରୋଗ୍ୟ ସଂଖ୍ୟା ୫୪ ରେ ପହଞ୍ଚିଛି। ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ ଥିବାବେଳେ ୫୪ ଜଣ ସୁସ୍ଥ ୬୨ ଜଣ ସକ୍ରିୟ ଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।