Odiapua.com

ବଲାଙ୍ଗୀର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪, ୬୮୬ କୁ ଛୁଇଁଲା

ବଲାଙ୍ଗୀର, ୪-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୪, ୬୮୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩, ୮୧୬ ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ବର୍ତ୍ତମାନ ଏକ୍‌ଟିଭ୍‌ ରହିଛନ୍ତି ୮୪୬ ଜଣ। ଆଜି ବଲାଙ୍ଗିର ଜିଲ୍ଲାରେ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି।
ତେବେ ଗତକାଲି ୯୫ ଜଣ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ବଲାଙ୍ଗିର ପୌରାଂଚଳରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ-୨ରୁ ୧, ୪ରୁ ୧, ୫ରୁ ୧, ୧୦ରୁ ୨, ୧୨ରୁ ୧, ୧୪ରୁ ୪, ୧୫ରୁ ୧, ୧୯ରୁ ୧, ୨୦ରୁ ୯ ଏବଂ ୨୧ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକ୍‌ ରିନ୍‌ବଚନ ଗ୍ରାପ ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରାପ ରୁ ୧, ତୁଷୁରାବାହାଲ ଗ୍ରାପ ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଗ୍ରାପ ରୁ ଭୁଷଲାଡ଼ ଗ୍ରାପ ରୁ ୨, ଜାମଖୁଣ୍ଟା ଗ୍ରାପ ରୁ ୫, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରାପ ରୁ ୩, ଗୁଡ଼ଭେଲା ବ୍ଲକ୍‌ ତୁଷୁରା ଗ୍ରାପ ରୁ ୧, ମାଢେ଼କେଲା ଗ୍ରାପ ରୁ ୩, କଂଟାବାଂଜି ଏନ୍‌ଏସି- ୱାର୍ଡ ନଂ-୨ରୁ ୩, ୩ରୁ ୧, ୪ରୁ ୧, ୫ରୁ ୧, ୧୨ରୁ ୨, ୧୪ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରାପ ରୁ ୧, ଲାଠୋର ଗ୍ରାପ ରୁ ୫, ଲୁହାସିଂହା ଗ୍ରାପ ରୁ ୧, ଲୋଇସିଂହା ବ୍ଲକ୍‌ କନ୍ଦାଜୁରୀ ଗ୍ରାପ ରୁ ୧, ବାଦୀମୁଣ୍ଡା ଗ୍ରାପ ରୁ ୧, ଲୋଇସିଂହା ଗ୍ରାପ ରୁ ୨, ମୁରିବାହାଲ ବ୍ଲକ୍‌ ଗଅଁରେଇ ଗ୍ରାପ ରୁ ୧, ପାଟଣାଗଡ଼ ବ୍ଲକ୍‌ ବନେଇମୁଣ୍ଡା ଗ୍ରାପ ରୁ ୨, ଘଁସିଏନ୍‌ ଗ୍ରାପ ରୁ ୧, ପାଟଣାଗଡ଼ ଏନ୍‌ଏସି- ୱାର୍ଡ ନଂ- ୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ଜାମଗାଁ ଗ୍ରାପ ରୁ ୨, ସଇଁନ୍ତଲା ବ୍ଲକ୍‌ ବୁଢ଼ାବାହାଲ ଗ୍ରାପ ରୁ ୮, ଟିଟିଲାଗଡ଼ ବ୍ଲକ୍‌ ମନିଗାଁ ଗ୍ରାପ ରୁ ୧, ଦିଗ୍‌ଶିରା ଗ୍ରାପ ରୁ ୧, ସିହିନୀ ଗ୍ରାପ ରୁ ୩, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ-୨ରୁ ୨, ୩ରୁ ୧, ୪ରୁ ୨, ୫ରୁ ୧, ୯ରୁ ୧, ୧୦ରୁ ୧, ୧୧ରୁ ୩, ତୁରେକେଲା ବ୍ଲକ୍‌ କୁଇବାହାଲ ଗ୍ରାପ ରୁ ୨ ଏବଂ ବଡ଼ବାଙ୍କି ଗ୍ରାପ ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି।