Odiapua.com

ବଲାଙ୍ଗୀର ଜିଲ୍ଲାରେ ଆଉ ଏକ ପ୍ରବାସୀ ମହିଳାଙ୍କ ସନ୍ତାନ ପ୍ରସବ

ବଲାଙ୍ଗୀର ୦୫/୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସନ୍ତୋଷ କୁମାର ନାୟକ, ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସୁଥିବା ବେଳେ ଟିଟିଟିଲାଗଡ଼ ରେଳ ଷ୍ଟେସନରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଏଣୁ ପ୍ରାୟ ୧ ଘଣ୍ଟା ଟ୍ରେନ ଷ୍ଟେସନରେ ରହିଥିଲା। ବଲାଙ୍ଗୀର ଜିଲ୍ଲାର ବେଲପଡା ଅଞ୍ଚଳର ପିଣ୍ଡୁର ଛୁରା ଓ ତାଙ୍କ ସ୍ତ୍ରୀ ମିନା କୁମାରୀ ତେଲେଙ୍ଗାନାର ଲିଙ୍ଗମପାଲିରେ ଏକ ଇଟାଭାଟିରେ କାମ କରୁଥିଲେ। ସେଠାରୁ ବଲାଙ୍ଗୀରକୁ ଫେରୁଥିବା ବେଳେ ପୂର୍ବାହ୍ନରେ ମିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଖବରପାଇ ରେଳବିଭାଗ ଡାକ୍ତର ରଘୁନାଥ ପଣ୍ଡା ଷ୍ଟେସନରେ ପହଞ୍ଚିଥିଲେ। ସେ ଉଭୟ ମା’ ଓ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଟିଟିଟିଲାଗଡ଼ରେ କୋଭିଡ ସ୍ୱତନ୍ତ୍ର ବିଭାଗରେ ଉକ୍ତ ମହିଳା ଓ ଶିଶୁଙ୍କୁ ରଖାଯାଇଥିବା ବେଳେ ଅନ୍ୟ ସମ୍ପର୍କୀୟଙ୍କୁ କ୍ଵରେଣ୍ଟ।ଇନ ସେଣ୍ଟରରେ ରଖାଯାଇଛି। ଟିଟିଟିଲାଗଡ଼ରେ ଏପରି ସନ୍ତାନ ପ୍ରସବ ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଛତିଶଗଡ଼ର ଜଣେ ମହିଳା ଓ ପରିବାର ଲୋକଙ୍କୁ ପ୍ରଶାସନ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହ ସୁରକ୍ଷିତ ଭାବେ ତାଙ୍କ ଗ୍ରାମକୁ ପଠା ଯାଇଥିଲା।