Odiapua.com

ବଲାଙ୍ଗୀର ଜିଲ୍ଲାରୁ ୩୭୭୮ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୯୭ ଜଣ ସୁସ୍ଥ

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲଟି ଅଂଚଳରୁ ୧୨ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ-୧୧ରୁ ୧, ୧୨ରୁ ୧, ୧୮ରୁ ୪ ଏବଂ ୨୦ରୁ ୬ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି। ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ବେନ୍ଦ୍ରା ଗ୍ରାପରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରାପରୁ ୧ ଓ ଖଲିପଥର ଗ୍ରାପରୁ ୧, ଦେଓଗାଁ ବ୍ଳକ୍‌ ବଡ଼ବାହାଲ ଗ୍ରାପରୁ ୧, କଣ୍ଟାବାଂଜି ଏନ୍‌ଏସି- ୱାର୍ଡ ନଂ-୫ରୁ ୧, ୬ରୁ ୧, ୮ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରାପରୁ ୧, ସରଗାଡ଼ ଗ୍ରାପରୁ ୧, କୁଟେନ୍‌ପାଲି ଗ୍ରାପରୁ ୧, ମୁରିବାହାଲ ବ୍ଲକ୍‌ ଗୁଡ଼ଘାଟ ଗ୍ରାପରୁ ୧, ମୁରିବାହାଲ ଗ୍ରାପରୁ ୧, ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ଗ୍ରାପରୁ ୧ ଏବଂ ମଡେ଼ାମହୁଲ ଗ୍ରାପରୁ ୧, ପାଟଣାଗଡ଼ ଏନ୍‌ଏସି- ୱାର୍ଡ ନଂ- ୩ରୁ ୧, ପୁଇଁନ୍ତଲା ବ୍ଲକ୍‌ ଅଙ୍କରିଆପଦର ଗ୍ରାପରୁ ୧, ବଇଁରାସର ଗ୍ରାପରୁ ୧, ଆଠଗାଁ ଗ୍ରାପରୁ ୩, ସାଆନ୍ତପୁର ଗ୍ରାପରୁ ୧, ମଲମୁଣ୍ଡା ଗ୍ରାପରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରାପରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରାପରୁ ୪, କୁରସୁଡ଼ ଗ୍ରାପରୁ ୧, ଜଗୁଆ ଗ୍ରାପରୁ ୧, ଲୁଥୁରବନ୍ଧ ଗ୍ରାପରୁ ୧, ଟିଟିଲାଗଡ଼ ଏନ୍‌ଏସି- ୱାର୍ଡ ନଂ-୧ରୁ ୧, ୨, ୨, ୩ରୁ ୧, ୫ରୁ ୧, ୯ରୁ ୧, ୧୧ରୁ ୧, ତୁରେକେଲା ବ୍ଳକ୍‌ ତୁରେକେଲା ଗ୍ରାପରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ୩ ଜଣ ଆକ୍ରାନ୍ତ ଆଜିର ପ୍ରଦତ୍ତ ତାଲିକାରେ ସଂପୃକ୍ତ ଅଛନ୍ତି। ଆଜିଯାଏଁ ୩୭୭୮ଜଣ ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦୯୭ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୧୮ ଜଣଙ୍କ ଜୀବନହାନୀ ହୋଇଥିବା କୁହାଯାଇଛି।