Odiapua.com

ବଲାଙ୍ଗୀରରେ ପଲସର ଆତଙ୍କ, ସୁନା ଚେନ ଲୁଟି ଯୁବକ ଫେରାର ଗାଡି ଜବତ

ବଲାଙ୍ଗୀର ୨୯-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ନିକଟସ୍ଥ ଲକ୍ଷ୍ମୀ ଜୋର ନିକଟରେ ଜଣେ ଯୁବକ ପଟଣାଗଡ଼ରୁ ବଲାଙ୍ଗୀର ଆସିଥିବା ମହିଳାଙ୍କ ବେକରୁ ଏକ ସୁନା ଚେନ ଲୁଟି ଦ୍ରୁତ ଗତିରେ ଫେରାର ହୋଇଯିବା ଉଦ୍ୟମ କରିବା ବେଳେ ଏକ ହମ୍ସରେ ଗାଡିରୁ ପଡିଯାଇଥିଲେ। ପ୍ରକାଶ ଯେ ନମ୍ବର ବିହୀନ ଏକ ନୂତନ ପଲସର ଗାଡିରେ ଉକ୍ତ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଫେରାର ହେବା ବେଳେ କିଛି ଦୂର ଯାଇ ଗାଡି ପଡି ଯାଇଥିଲା, ଫଳରେ ଗାଡିକୁ ଛାଡି ଦଉଡି ପଳାଇ ଥିଲା। ଏ ନେଇ ବଲାଙ୍ଗୀର ଟାଉନ ପୋଲିସ ସୂଚନା ପାଇ ଉକ୍ତ ପୁଲସର ଗାଡିକୁ ଜବତ କରି ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।