Odiapua.com

ବଲାଙ୍ଗୀରରେ ଦୁଇ ଲୁଟେରା ଗିରଫ

ବଲାଙ୍ଗୀର, ୨୧/୧୦, (ଓଡ଼ିଆ ପୁଅ ପି ନାଏକ): ବଲାଙ୍ଗୀରରେ ଏବେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ୨ ଡକାୟତଙ୍କୁ ଗିରଫ କରିଛି ପୋଲିସ। ତେବେ ରଞ୍ଜନ ବୁଡେକ ନାମକ ବ୍ୟକ୍ତି ଙ୍କୁ ଲୁଟ କରିଥିଲେ ଏହି ଲୁଟେରାମାନେ। କିନ୍ତୁ ଯୋଗକୁ ସେହି ସମୟରେ ପୋଲିସ ପାଟ୍ରୋଲିଂ କରୁଥିଲା। ତେଣୁ ଦୁଇ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ସୋଇଯାଇଥିବା ସୂଚନା ମିଳିଛି। ଧରାପଡ଼ିବା ପରେ ସେମାନଙ୍କଠାରୁ ଖେଳଣା ବନ୍ଧୁକ ସହ ଗୋଟିଏ ହିରୋହୋଣ୍ଡା ବାଇକ, ୧୨ ଶହ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୋଲିସ।