Odiapua.com

ବର୍ଷିୟାନ ଚଳଚ୍ଚିତ୍ର ଓ ବେତାର ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:୨/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) ବର୍ଷିୟାନ ଚଳଚ୍ଚିତ୍ର ଓ ବେତାର ନାଟକର ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଷାଠିଏ ଦଶକରୁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଅପ୍ରତିଦ୍ବନ୍ଦି ନାୟିକା ଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ। ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ଅଦିନ ମେଘ, ହିସାବ ନିକାଶ, ପୂଜାଫୁଲ ଓ ହୀରାନୀଳାରେ ତାଙ୍କର ଅଭିନୟର ଯାଦୁ ପ୍ରଦର୍ଶନକରିଥିଲେ। ଏହାବ୍ୟତୀତ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ଆକାଶବାଣୀ କଟକ କେନ୍ଦ୍ର ରେ ଜଣେ ଘୋଷିକା ଭାବେ ଯୋଗଦେଇଥିଲେ। ଆଜି ମଧ୍ୟ ଅଗଣିତ ରେଡ଼ିଓ ଶ୍ରୋତା ତାଙ୍କର ସୁ ମଧୁର କଣ୍ଠସ୍ୱରକୁ ଭୁଲିପାରିନାହାନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଛି।