Odiapua.com

ବର୍ଷା ଯୋଗୁଁ ଗଞ୍ଜାମରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଗଞ୍ଜାମ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଅତ୍ୟଧିକ ବର୍ଷାରେ ବେହାଲ ଗଞ୍ଜାମବାସୀ । ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ବର୍ଷା ଲଗାତାର ଲାଗି ରହିଛି । ଲଗାଣ ବର୍ଷା ହେବାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଲଗାଣ ବର୍ଷା ଯୋଗୁ ସ୍କୁଲରେ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସାରା ରାଜ୍ୟରେ ଆଉ ୨୪ ଘଣ୍ଟା ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।