Odiapua.com

ବର୍ଷା ଜଳ ନିଷ୍କାସନ ପାଇଁ ଶ୍ରଦ୍ଧା ବିହାର ଅଧିବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପୁରୀ ମ୍ୟୁନିସିପାଲଟିର ପ୍ରତିଶୃତି

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଭିନ୍ନ ଅସୁବିଧା ଯଥା ବର୍ଷା ଜଳ ନିଷ୍କାସନ, ଡ୍ରେନେଜ ବ୍ୟବସ୍ଥା ଏବଂ ରାସ୍ତା ନିର୍ମାଣ ଆଦି ଦାବି ନେଇ ପୁରୀ ୧ନମ୍ବର ୱାର୍ଡ ଅଧୀନ ଶ୍ରଦ୍ଧା ବିହାର ଅଧିବାସୀ ବାରମ୍ବାର ଅଭିଯୋଗ କରିବା ପରେ ଆଜି ପୁରୀ ମ୍ୟୁନିସିପାଲଟି ଏକ୍ଜ୍ୟୁକ୍ୟୁଟିଭ ଅଫିସର ସରୋଜ କୁମାର ସ୍ୱାଇଁ ପହଂଚି ସେମାନଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଶ୍ରୀଯୁକ୍ତ ସ୍ୱାଇଁ ଶ୍ରଦ୍ଧା ବିହାର ଏ ସଭାପତି ନନ୍ଦକିଶୋର ସାହୁ, ସମ୍ପାଦକ ଦିଲୀପ କୁମାର ଦାସ ଏବଂ କୋଷାଧକ୍ଷ ପ୍ରସନ୍ନ କୁମାର ଶତପଥି ଏବଂ କିଛି ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରିବା ସହିତ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ତାଙ୍କର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।