Odiapua.com

ବର୍ଷାର ଅଭାବ ରୁଆଧାନ ଜମି ଫାଟିଲା ଚାଷୀ ପୁଣି ଧାନ ବୁଣିଲେ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮- ଚଳିତ ବର୍ଷ ବର୍ଷାର ଅନିୟମୀୟତା ଓ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି । ରଣପୁର ବ୍ଲକ୍ ବୃଷ୍ଟିପାତ ରେର୍କଡ୍ ଅନୁଯାଇ ଗତ ଜୁନ୍ ମାସ ରେ ୧୦୮.୦୪ ଓ ଜୁଲାଇ ମାସ ରେ ୧୨୩.୪୨ ମିଲି ମିଟର ବର୍ଷା ହୋଇଥିଲା । ଯାହାକି ଗତ ବର୍ଷ ଠାରୁ ଅଧା ବୃଷ୍ଟି ହୋଇଛି । କିନ୍ତୁ ଅନେକ ଗ୍ରାମ ପଞ୍ଚାୟତ ରେ ବର୍ଷାର ପରିମାଣ ନଗଣ୍ୟ ରହିଛି ।

ଯାହାଫଳରେ ରୁଆ ଧାନ ବିଲ ଫାଟି ଆଁ କଲାଣି । ଚାଷୀ ହତାଶ ହୋଇ ସେହି ରୁଆ ଧାନ ବିଲ କୁ ପୁଣି ଚାଷ କରି ଧାନ ବୁଣିବାକୁ ଲାଗିଲାଣି । ସେଭଳି ଗ୍ରାମ ପଞ୍ଚାୟତ ହେଉଛି  ରଣପୁର ବ୍ଲକ୍ ର ଡମସାହି , ରଙ୍କଦେଉଳି , ଖତିଆ ଓ ଦର୍ପନାରାୟଣପୁର ଅଂଚଳ । ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ଚାଷଜମି ର ସ୍ଥିତି ଅସମ୍ଭାଳ ହୋଇପଡିବ ।