Odiapua.com

ବର୍ଷାରେ ଭୁଷୁଡ଼ିଲା ଘର- ଅଳ୍ପକେ ବର୍ତ୍ତିଲେ ୨ ବର୍ଷର ପୁଅ

ନବରଙ୍ଗପୁର, ୧୫/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଲଘୁଚାପ ଜନିତ ବର୍ଷାର ପ୍ରଭାବରୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭେଲୁଆଗୁଡା ଗ୍ରାମର ପରଶୁରାମ ହରିଜନଙ୍କ ଘରେ ରବିବାର ରାତ୍ରରେ ନିଜର ସ୍ତ୍ରୀ ସୁନା ହରିଜନ ଓ ୨ ବର୍ଷର ଶିଶୁ ପୁତ୍ର ସିବା ହରିଜନଙ୍କ ସହ ଶୋଇଥିବା ସମୟରେ ରାତ୍ରି ପ୍ରାୟ ୩ ଘ. ସମୟରେ ବର୍ଷାରେ ଭୁଶୁଡି ଯାଇଥିଲା। ଡ୍ରେନ ସୁବିଧା ନଥିବାରୁ ଘର ଚାରିପଟେ ବର୍ଷା ପାଣି ଜମି ରହିଛି। ପାଣି ନିଷ୍କାସନ ହେଉଥିବା କଲର୍ଭଟ ଟି ପୋତି ହୋଇଯାଇଛି ଯାହା ଫଳରେ ବର୍ଷା ଜଳ ଜମି ହୋଇ ରହିଛି। ଯାହାଦ୍ୱାରା ଉକ୍ତ ସ୍ଥାନରେ ଥିବା ପରଶୁରାମଙ୍କ ଘର ଚାରିପଟେ ପାଣି ଜମା ହୋଇ ଘର କ୍ଷତି ହୋଇଛି। ସେ ପୂର୍ବରୁ ପଞ୍ଚାୟତ, ବ୍ଲକ କାର୍ଯ୍ୟ|ଳୟରେ ରେ ପକ୍କା ଘର ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଆଜିପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ। ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କୁ ସୋମବାର ସନ୍ଧ୍ୟା ସୁଦ୍ଧା ଜରି ପାଲ ତ ଦୁରର କଥା ତହସିଲ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହଁ|ନ୍ତି। ଗରିବ ପରଶୁରାମଙ୍କୁ ଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କଲେ ସେ ଉପକୃତ ହେବେ।