Odiapua.com

ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି, ୨୯/୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି। ଜିଲ୍ଲାରେ ୩ ଦିନ ଧରି ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋରକୋଣ୍ଡା ନାଳ ପୋଲ ଉପରେ ପ୍ରାୟ ୨ଫୁଟ ଉଚ୍ଚର ବର୍ଷା ପାଣି ଯାଉଛି।

ଫଳରେ ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ଗ୍ରାମ ବାସୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଛି। ଏବେ ପୋଟେରୁ ନଦୀ ପୋଲ ଉପରେ ୨ ରୁ ୩ ଫୁଟ ଉଚ୍ଚର ବନ୍ୟାଜଳ ଯାଉଛି। ଏଥିପାଇଁ ଜନ ଜୀବନ ପ୍ରଭାବିତ ହୋଇଛି।