Odiapua.com

ବର୍ଷାଧିକ କାଳ ଗୃହଶୂନ୍ୟ ପରିବାର ପୁଣିଥରେ ନିଜର ସୁରକ୍ଷା ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣାରେ ବସିଲେ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ତଳକାଁପଡା ଗ୍ରାମନିବାସୀ ଶୁକଦେବ ମଳିକ ନାମକ ଜଣେ ସମାଜସେବୀ ଦିବ୍ୟାଙ୍ଗ ଗରିବ ଲୋକଙ୍କ ପାଇଁ ଆସୁଥିବା ରାସନ୍ ସାମଗ୍ରୀର କଳାବଜାରୀ ନେଇ ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବାରୁ ସଂପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଏକଘରିଆ କରି ଜରିମାନା ଆଦାୟ ସହ ତାଙ୍କ ପରିବାର ଉପରେ ଆକ୍ରମଣ କରିବାରୁ କରିଥିଲେ । ଫଳରେ ସେ ଜୀବନ ଭୟରେ ସପରିବାର ମାସାଧିକ କାଳ ଗ୍ରାମଛାଡି ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତମାସ ୨୩ ତାରିଖରେ ଧାରଣା ଦେଇଥିଲେ । ସେତେବେଳେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଦିଆଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ସେତେବେଳେ ତିହିଡି ଥାନାଧିକାରୀ ସେମାନଙ୍କୁ ରାତିରେ ଘରେ ଛାଡିବା ପରେ ତା’ ପରଦିନ ଅର୍ଥାତ୍ ନଭେମ୍ବର ୨୪ ରେ କିଛି ମୁଷ୍ଟିମେୟ ଲୋକ ଜିଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଦଳବଦ୍ଧ ଆକ୍ରମଣ କରିବାର ଉଦ୍ଦେଶ୍ୟରେ ବିଭିନ୍ନ ମାରଣାସ୍ତ୍ର ଧରି ଘର ଝରକା କବାଟ ଭାଙ୍ଗି ଖୋଜାଖୋଜି କରି ତାଙ୍କୁ ପାଇନଥିଲେ ।

ମାତ୍ର ଆକ୍ରୋଶର ସେମାନେ ତାଙ୍କ ପତ୍ନୀ ମିନତୀ ଓ ମା’ଙ୍କୁ ମାଡ ମାରିବାରୁ ପୁଣି ଥରେ ତିହିଡି ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ତିହିଡି ଥାନାଧିକାରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଶୁକଦେବ ଜଣେ ସମାଜସେବୀ ଭାବେ ଅଭିଯୁକ୍ତମାନଙ୍କର ବିଭିନ୍ନ ସରକାରୀ ଯୋଜନାର ହଡପ ଜନିତ କାର୍ଯ୍ୟକୁ ଗଣମାଧ୍ୟମରେ ପ୍ରକାଶ କରିବାରୁ ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଅଭିଯୁକ୍ତମାନେ ସେମାନଙ୍କ ସ୍ୱାମୀଙ୍କୁ ହତ୍ୟାର ଧମକ ଦେଇ ନିଆଁ ପାଣି ବାଛନ୍ଦ କରିବା ସହ ଚାଷ ଜମିକୁ ଛାଡୁନାହାଁନ୍ତି । ଏପରିକି ସେମାନେ ଶୁକଦେବଙ୍କ ଏକ ପାସେଞ୍ଜର ଗାଡିକୁ ପୋଡିଦେଇଥିଲେ । ଏଣୁ ପୂର୍ବ ଧାରଣା ପରେ ସେମାନଙ୍କୁ ଜିଲା ପୁଲିସ୍ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷା ନଦେବାରୁ ଅଭିଯୁକ୍ତମାନେ ପୁଣିଥରେ ଆକ୍ରମଣ କରିବାକୁ ପଇାଇନାହାଁନ୍ତି । ଏଣୁ ସେମାନଙ୍କ ପରିବାର ବାର ସୁଣ୍ଢି ପିଣ୍ଡା ହୋଇ ଆଜି ପୁଣି ଥରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେଇ ମୁଖ୍ୟ ଅଭିଯୁକ୍ତ ଅନାଦି ମଳିକ, ଶ୍ରୀକୃଷ୍ଣ ଦାସ, ଦାମୋଦର ଦାସ, ବଳରାମ ଦାସ, ଇନ୍ଦ୍ରମଣି ଦାସ, ରବିନ୍ଦ୍ର ଦାସ, ଗୋପବନ୍ଧୁ ଦାସ, ବିକାଶ ଦାସ, ଅରୁଣ ଦାସ, ଅକ୍ଷୟ ଦାସ ଓ ରମେଶ ଦାସ ପ୍ରମୁଖଙ୍କୁ ଗିରଫ ସହ ନିଜ ପରିବାରର ସୁରକ୍ଷା ଦାବି କରିଥିଲେ । ପରବର୍ତ୍ତୀ ସମୟରେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଠାରୁ ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଡିଆଇବି ଡିଏସ୍‌ପି କମଳଲୋଚନ ଭୂୟାଁ ଧାରଣା ସ୍ଥଳରେ ପହଞ୍ôଚ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପଙ୍କୁ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଥଇଥାନ କରିବାର ପ୍ରତିଶ୍ରୁତି ଦେବା ପରେ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଛି ।