Odiapua.com

ବର୍ଦ୍ଧିତ ପେନସନ୍ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ତିର୍ତ୍ତୋଲ ୨୦ -୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) ଜଗତସିଂହପୁର ଜିଲ୍ଲା ତରଫରୁ ଦାବିପତ୍ର ଦିବସ ପାଳନ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପ୍ରଦାନ କରାଗଲା। ଦିର୍ଘଦିନଧରି ଇ.ପି.ଏଫ୍ ପେନସନ୍ ଭୋଗୀ ଭାଇଭଉଣୀ ମାନେ ମିନିମମ୍ ପେନସନ୍ ଟଙ୍କା ୯ ହଜାରକୁ ବୃଦ୍ଧି ଏବଂ ସୁପ୍ରିମକୋର୍ଟ ଦ୍ୱାରା ସ୍ଥିରିକୃତ ହୋଇଥିବା ପ୍ରକୃତ ପେନସନ୍ ଏବଂ ପେନସନ୍ ଭୋଗୀଙ୍କ ବିନା ଶୁଳ୍କ ସ୍ୱାସ୍ଥ୍ୟ ସୁବିଧା ଦେବାପାଇଁ ବାରମ୍ବାର ଆବେଦନ ଓ ନିବେଦନ କରିବା ସତ୍ତ୍ୱେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାଁନ୍ତି ଭାରତ ବର୍ଷରେ ପେନସନ୍ ଭୋଗୀଙ୍କ ସଂଖ୍ୟା ୬୫ଲକ୍ଷ ହୋଇଥିବା ବେଳେ ଓଡ଼ିଶାରେ ୧ଲକ୍ଷ ୬୨ ହଜାର। ସେଥିମଧ୍ୟରୁ ବର୍ତ୍ତମାନ ମହଙ୍ଗା ବଜାରରେ ପେନସନ୍ ଭୋଗୀ ମାସକୁ ମାତ୍ର ୬ଶହ ରୁ ୩ ହଜାର ସରକାର ପ୍ରଦାନ କରୁଛନ୍ତି। ପେନସନ୍ ଭୋଗୀଙ୍କ ପଇସାରେ ସରକାର ପେନସନ୍ ଦେଉଛନ୍ତି। ଏପରି ମନଭାବ ସରକାର ତୁରନ୍ତ ପରିତ୍ୟାଗ କରି ଆମ୍ଭମାନଙ୍କର ନାର୍ଯ୍ୟଦାବିକୁ ମାନିନେବା ପାଇଁ ଜଗତସିଂହପୁର ଜିଲ୍ଲା ଇ.ପି.ଏଫ୍ ପେନସନ୍ ଭୋଗୀ ନିବେଦନ କରିଛନ୍ତି। ଏଣୁ ନଭେମ୍ବର ୧୬ ତାରିଖ ଦିନଟିକୁ ପେନସନ୍ ଭାଗୀମାନେ ଦାବି ଦିବସ ଉପଲକ୍ଷେ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି। ଜଗତସିଂହପୁର ଜିଲ୍ଲା ଇ.ପି.ଏଫ୍ ସଂଘ ତରଫରୁ ଏକ ଶୋଭାଯାତ୍ରା ନିମାଇଁ ଭବନ ଠାରୁ ବାହାରି ଜିଲ୍ଲାପାଳଙ୍କ ଅଫିସ୍ ପ୍ରାଙ୍ଗଣରେ ଏକ ସାଧାରଣ ସଭା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ଦଫା ଦାବିପତ୍ର ଜିଲ୍ଲାପାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ଦିଆଯାଇଛି। ଉକ୍ତ ସଭାରେ ଜିଲ୍ଲା କମିଟିର ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଉପ-ସଭାପତି ଭିକାରୀ ଚରଣ ସେନାପତି, ସଂପାଦକ ବିଭୂତି ଭୂଷଣ ପରିଜା, ଶ୍ରୀ ରଞ୍ଜନ କୁମାର ଖୁଣ୍ଟିଆ, ଉଦ୍‌ଭୋଦନ ଦେଇଥିଲେ। ଉକ୍ତ ସଭାରେ ସଂଗଠନର ଶହ ଶହ ସଂଖ୍ୟାରେ ପେନସନ୍ ଭୋଗୀ ଭାଇଭଉଣୀ ଯୋଗଦାନ କରିଥିଲେ।