Odiapua.com

ବରିଷ୍ଠ ହକର୍ ନୃସିଂହ ବେହେରାଙ୍କ ପରଲୋକ, ୫୩ବର୍ଷ ଧରି ଘରେ ଘରେ ବୁଲି ବାଣ୍ଟିଥିଲେ ଖବରକାଗଜ

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରା, ବର୍ଷା, ଶୀତ କିମ୍ବା ମହାମାରୀ କରୋନାକୁ ତିଳେମାତ୍ର ଖାତିର ନକରି ଘରକୁ ଘର ବୁଲି ଖବର କାଗଜ ଦୀର୍ଘ ୫୩ ବର୍ଷ ଧରି ବାଣ୍ଟି ଆସିଥିଲେ ସହରର ବରିଷ୍ଠ ହକର ନୃସିଂହ ଚରଣ ବେହେରା । ଆଜି ଶନିବାର ସକାଳ ୮.୩୦ ସମୟରେ ୭୫ବର୍ଷ ବୟସରେ ୰ ବେହେରାଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ବେହେରାଙ୍କ ମୃତ୍ୟୁରେ ଭଦ୍ରକ ଖବରକାଗଜ ହକରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବେହେରାଙ୍କ ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁତ୍ର ଭାବଗ୍ରାହୀ, ଘନଶ୍ୟାମ, ଝିଅ ପ୍ରତିମା, ଦୁଇ ବୋହୂ କୃତିଟିପା, ରଂଜୁଲତା ଉପସ୍ଥିତ ଥିଲେ । ଶ୍ରୀ ବେହେରାଙ୍କ ମୃତ୍ୟୁ ଖବର ପାଇ ନଲେଜ ସେଣ୍ଟରର ପରିଚଳାକ ଶେଖ ଆସିଫ ଅଲ୍ଲୀ, ଅଫିସ କର୍ମଚାରୀ ଶେଖ ଅନୱାର, ପ୍ରଭାତ ମହାନ୍ତି, ଶଶିକାନ୍ତ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ୰ ବେହେରାଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ୱାନ୍ତନା ଜଣାଇଛନ୍ତି । ସେହିପରି ସହରର ସମସ୍ତ ଖବରକାଗଜ ହକର୍ ୰ ବେହେରାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସୂଚନାଯୋଗ୍ୟ ୰ ବେହେରା ଭଦ୍ରକ ସହରର ଏକ ଖବରକାରଗଜ ଏଜେନ୍ସିରେ ୧୩ ବର୍ଷ ଧରି କାମ କରିବା ପରେ ଗତ ୪୦ବର୍ଷ ଧରି ନଲେଜ ସେଣ୍ଟର ପରିବାର ପକ୍ଷରୁ ଖବରକାଗଜ ବାଣ୍ଟି ଆସୁଥିଲେ । ଆଜି ପର୍ଯ୍ୟନ୍ତ ସେ କୌଣସି ଖବରକାଗଜ ସଂସ୍ଥାରେ ଟଙ୍କାଟିଏ ମଧ୍ୟ ବାକି ରଖି ନରଖିବା ତାଙ୍କ କର୍ତ୍ତବ୍ୟପରାୟଣତା ଓ ସଚ୍ଚୋଟତା ସମ୍ପର୍କରେ ପ୍ରମାଣ ଦିଏ ବୋଲି ଶ୍ରୀ ଅଲ୍ଲୀ କହିବା ସହ ତାଙ୍କ ପରି ଜଣେ ହକର ମିଳିବା ବିରଳ । ଅପରପକ୍ଷେ କରୋନା ମହାମାରୀ ସମୟରେ ବହୁ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବିପଦାପନ୍ନ କରି ଖବରକାଗଜ ବାଣ୍ଟୁଥିବା ହକରମାନଙ୍କୁ ରାଜ୍ୟ ସରକାର କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ କରିବାକୁ ହକରମାନେ ଦାବି କରିଛନ୍ତି ।