Odiapua.com

ବରିଷ୍ଠ ସାମ୍ବାଦିକ ତପନ ମିଶ୍ରଙ୍କ ମାତୃ ବିୟୋଗ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ସାମ୍ବାଦିକ, ଓଡ଼ିଶା ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍‌ସ୍‌ର ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ, ନିତିଦିନ ଖବରକାଗଜର ଜିଲ୍ଲା ପ୍ରତିନିଧି ତପନ କୁମାର ମିଶ୍ରଙ୍କ ମାତା ସରୋଜିନୀ ଦେବୀଙ୍କର ଗତକାଲି ଶୁକ୍ରବାର ଅପରାହ୍ଣ ୩ଟା୩୦ ମିନିଟ୍ ସମୟରେ ତାଙ୍କ ବାଲେଶ୍ୱର ଜିଲ୍ଲା ଅମର୍ଦାରୋଡ ବଡ଼ଚାରିଗାଁ ଗ୍ରାମାବସ୍ଥିତ ବାସଗୃହରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ପ୍ରସନ୍ନ, ପୁତ୍ର ତପନ, ସପନ, ଗୋଲକବିହାରୀ, ପୁତ୍ରବଧୂ ଟିକି, ବୁନୁ, ସୁମିଙ୍କ ସମେତ ଦିଅର, ଭାଇବୋହୁ, ନାତିମାନେ ଉପସ୍ଥିତ ଥିଲେ। ତାଙ୍କ ଅମର୍ଦାରୋଡ଼ ଠାରେ ଗାଁ ଶ୍ମଶାନରେ ଦାହ କରାଯାଇଥିଲା। ସାନପୁଅ ଗୋଲକବିହାରୀ ମୁଖାଗ୍ନି ଦେଇଥିଲେ। ଖବର ପାଇ ଅମର୍ଦାରୋଡ଼ ବଜାର ବିଶିଷ୍ଟ ବ୍ୟବସାୟୀ ବିନୋଦିଲାଲ ଖଣ୍ଡେଲୱାଲ, ଗ୍ୟାର୍‌ସିଲାଲ ଖଣ୍ଡେଲୱାଲ, ହରିଶଙ୍କର ଖଣ୍ଡେଲୱାଲ, ଚକ୍ରଧର ସାହୁ, ଡାକ୍ତର ସୁବ୍ରତ କୁମାର ନନ୍ଦୀ, ରାଜକିଶୋର ମହାନ୍ତି, ରବିନ୍ ରାଉଳ, ଭଗିରଥ ପରିଡ଼ା, ଅନିରୁଦ୍ଧ ଦାସ, ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଦୁଃଖଦ ଖବରରେ ଭଦ୍ରକ ସାଂସଦ ଅଭିମୁନ୍ୟ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ, ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍‌ସ୍‌୍‌ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ଉପସଭାପତି ବାସୁଦେବ ତ୍ରିପାଠୀ,ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ର. ଅଟଳ ବିହାରୀ ନାୟକ, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଶ୍ୟାମସୁନ୍ଦର ମିଶ୍ର, ଅଧିବକ୍ତା ଅଗଣି ଚରଣ ଜେନା, ଅଧ୍ୟାପକ ମୃତ୍ୟୁଞ୍ଜୟ ସାମଲ, ଅରୁଣ ସାହୁ, ମନୋଜ ବସନ୍ତରାୟ, ଶାନ୍ତନୁ ମହାପାତ୍ର, ମୁକ୍ତିକାନ୍ତ ସାହୁ, ବିଜୟ ମିଶ୍ର, ମୃତ୍ୟୁଞ୍ଜୟ ମହାପାତ୍ର, ଧନଞ୍ଜୟ ମହାପାତ୍ର, ଅଜୟ ନାୟକ, ସାମ୍ବାଦିକ ତପନ କୁମାର ସ୍ୱାଇଁ, ପ୍ରତାପ କୁମାର ଦାସ, ଉମାକଲ୍ୟାଣ ମହାପାତ୍ର, ନିହାର ଦାସ, ପ୍ରଭାତ ଦାସ, ପ୍ରମୋଦ ରାୟ, ଦିପ୍ତୀରଂଜନ ସାହୁ, ପାର୍ଥସାରଥୀ ନାୟକ ପ୍ରମୁଖ ବହୁ ସାମ୍ବାଦିକ, ବୁଦ୍ଧିିଜୀବୀ, ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।