Odiapua.com

ବରିଷ୍ଠ ସାମ୍ବାଦିକ ଓ ସୁସାହିତ୍ୟିକ ସୁଧାକର ଦାଶଙ୍କ ବିୟୋଗରେ ଶ୍ରଦ୍ଧାଜଂଳୀ ସଭା

ମାଲକାନଗିରି,୧୪ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପ୍ରଥମ ସାମ୍ବାଦିକ,ସୁସାହିତ୍ୟିକ, ଲେଖକ,କବି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସୁଧାରକର ଦାଶଙ୍କ ବିୟୋଗରେ ଜିଲ୍ଲା ସଦରମହକୁମା ସ୍ଥ ଡିଏନକେ ଦୁର୍ଗାମଣ୍ଡପ ପରିସରରେ ଏସୟୁଜେ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ଶ୍ରଦ୍ଧାଜଂଳୀ ସଭାର ଆୟୋଜନ କରାଯାଇଛି । ସାମ୍ବାଦିକ ଜଗତ ପିତା ମହଭିସ୍ମ ଥିଲେ ଶ୍ରୀଦାଶ, ସେ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ସାମ୍ବାଦିକ ଭାବେ କାର୍ଯ୍ୟକରି ଦୀର୍ଘ ୫୦ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତି ଓ ସାହିତ୍ୟ ସେବା କ୍ଷେତ୍ରରେ ତାଙ୍କର ଜୀବନ ଅତିବାହିତ କରିଦେଇଛନ୍ତି । ତାଙ୍କ ଜୀବନ କାଳରେ ଅନେକ ସାମ୍ବାଦିକ ସୃଷ୍ଟିକରିଥିଲେ । ସେ ଜଣେ ନିଷ୍ଟାପର ସମାଜସେବୀ ପରଉପକାରି ମଣିଷ ଟିଏ ଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆଗାମୀ ଭବିଷ୍ୟତ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଛନ୍ତି । ଅତିଥି ମାନେ ପ୍ରଥମେ ସ୍ୱର୍ଗତ ଦାଶ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ମୃତି ଚାରଣ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଜଳୀ ସଭାରେ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଜୋସ୍ନାମୟୀ ଆଚାର୍ଯ୍ୟ,ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ,ଜିଲ୍ଲା ଶୁଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ଉତ୍କଳ ସାମ୍ବାଦିକ ସଘଂ ସଭାପତି ଦୁର୍ଯ୍ୟଧନ ପାତ୍ର, ସାମ୍ବାଦିକ ଅଶୋକ ମିଶ୍ର,ମିଲୁପଟନାୟକ, ପଚାଂନନଦାଶ,ରଜିଂତ ସା,ଜୟନ୍ତ ତିଆଡି,ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ଅଧ୍ୟକ୍ଷ ରତ୍ନାକରଦାଶ,ମାଟିଲଗ୍ନା ସାହତ୍ୟ ସଂସଦର ସଭାପତି ସାହିତ୍ୟିକ କିଶୋର ଚନ୍ଦ୍ର ପ୍ରଧାନ,ବରିଷ୍ଠ ଆଇନଜୀବୀ ଦୀଲିପପରିଛା,ଶିକ୍ଷାବିତ ମନୋଜ ସାହୁ,ହରେକୃଷ୍ଣ କିର୍ତନୀୟା,ତ୍ରିଲୋଚନ ଦାସ,ସୁନାକର ପାଳ,ସୋନୁ ଅନୁଗୁ,ନିଲୁ ସାମଲ,ମାଣିକ ଲାଲ ଚକ୍ରବର୍ତି,ଦୀନେଶ ପଟନାୟକ,ବିକ୍ରମ ଦାସ,ଭାଜପା ନେତା ସଜଂୟ ସରକାର, ପ୍ରମୁଖ ରାଜନେତା,ଗଣମାଧ୍ୟମ ପ୍ରତିନିଧି,ସମସ୍ତ ସାମ୍ବାଦିକ ସଂଘର କର୍ମକର୍ତା ମାନଙ୍କ ସହିତ ବୁଦ୍ଧିଜୀବୀ, ଆଇନଜୀବୀ,ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ସହର ବାସୀ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ସ୍ମୃତି ଚରାଣ ସହ ଶ୍ରଦ୍ଧାଜଂଳୀ ଜ୍ଞାପନ କରି ତାଙ୍କର ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଦାଶ ଗତ ବର୍ଷେ ହେଲା ପକ୍ଷାଘାତ ରୋଗରେ ପଡିତ ଥିଲେ , ସେ ଗତ କିଛିଦିନତଳେ ବିଶାଖାପାଟଣା ହସପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ । ସୋମବାର ଦିନ ଅପରାହ୍ନରେ ଚିତ୍ରକୋଣ୍ଡା ବାସଭବନ ଠାରେ ସାମ୍ବାଦିକ ଦାଶ ଶେଷ ନିସ୍ୱାଶ ପରିତ୍ୟାଗ କରିଛନ୍ତି । ଗତ ମାସକ ତଳେ ତାଙ୍କର ମାତ ଲଳିତା ମଣୀ ଦାଶଙ୍କ ବିୟୋଗ ଘଟିଥିଲା । ବରିଷ୍ଠ ସାମ୍ବାଦିକ ସୁଧାକର ଙ୍କ ବିୟୋଗରେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ମାଲକାନଗରି ବିଧାୟକ ଆଦିତ୍ୟ ମାଢି,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ,ଜିଲ୍ଲାପାଳ ବୀଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହଲିଦାର ଡ.ଗୁଣନିଧି ନାୟକ ପ୍ରମୁଖ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଶୋକପ୍ରକାଶ କରିଛନ୍ତି । ଓୟୁଜେ,ଉତ୍କଳ.ଏସୟୁଜେ ସାମ୍ବାଦିକ ସଂଘ ଓ ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ପକ୍ଷରୁ ମଧ୍ୟ ସ୍ୱର୍ଗତ ଦାଶଙ୍କ ବିୟୋଗରେ ଶୋକସଭା ଅନୁଷ୍ଟିତ ହୋଇ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇଛି ।