Odiapua.com

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ଉତ୍ସବ, ମଞ୍ଚ ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦିଆଯିବ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଳେବେଳେ ବରିଷ୍ଠମାନେ ଅବହେଳିତ ହେଉଥିବା ବେଳେ କେତେକ କ୍ଷେତ୍ରରେ ପୁଅ ବୋହୂମାନେ ବରିଷ୍ଠଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଉଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପାରିବାରିକ ତଥା ସାମାଜିକ କ୍ଷେତ୍ରରେ ଅଣଦେଖା କରାଯାଉଛି, ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ କି ତାଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଯାଉ ନାହିଁ । ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବ୍ୟକ୍ତି ଏକତ୍ରୀତ ହେବା ଲକ୍ଷ୍ୟରେ ମଞ୍ଚ ଗଠନ କରାଯାଇଛି । ସାମାଜିକ ଚଳଣୀରେ ପାରିବାରିକ ଅସନ୍ତୋଷ ରହିଲେ ସଂଘ ତାର ନିରାକରଣ କରିବ ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଠାରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ୩ୟ ବାର୍ଷିକ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୁରଲୀଧର ପଣ୍ଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ, ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସଭାପତି ତଥା ସଖି ର ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଧାମନଗର ସଂଘର ସମ୍ପାଦକ ଶଚୀକାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।

ବରିଷ୍ଠମାନେ ମୃତ୍ୟୁକୁ ଭୟ ନକରି ସତ୍ୟ, ଧର୍ମ, ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ଉଦଗାତା, ଫକିର ଚରଣ ବାରିକ, ନୃସିଂହ ମିଶ୍ର ଓ ଛାତ୍ରୀ ସ୍ମୃତିରେଖା ମହାନ୍ତି ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ବରିଷ୍ଠ ନାଗରିକ ଉପେନ୍ଦ୍ର ଶତପଥୀ ଅତିଥି ପରିଚୟ, ସଂଘ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଅଭିଭାଷଣ, ସମ୍ପାଦକୀୟ ବିବରଣୀ ଓ ଶେଷରେ ସୁବାସ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ସହଯୋଗୀ କୃଷ୍ଣଚନ୍ଦ୍ର ରଣା ଓ ଶିକ୍ଷକ ରବିନ୍ଦ୍ର କୁମାର ଜେନାଙ୍କୁ ଉତ୍ତରୀୟ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଚାର ନୃତ୍ୟ ସଙ୍ଗୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାଧାଶ୍ୟାମ ରାଉତ, ହେମନ୍ତ କୁମାର ସିଂହ, ଫକିର ପାଳ, ବସନ୍ତ କୁମାର ମଲ୍ଲିକ, ମଦନ ମୋହନ ଦାଶ, ପଞ୍ଚାନନ ପତି, ଚିତ୍ତରଞ୍ଜନ ଦାସ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।