Odiapua.com

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଭ୍ରାମ୍ୟମାଣ ବୈଠକ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଆଗରପଡ଼ାର ଭ୍ରାମ୍ୟମାଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ମାନେ ବର୍ତ୍ତମାନ ସମାଜର ବିଭିନ୍ନ କ୍ଷେତ୍ରରେ ଅବହେଳିତ ଓ ନିଷ୍ପେସିତ ହେବା ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ସଂଘ ଏ ଦିଗରେ ଆଗଭର ହୋଇ ବରିଷ୍ଠ ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରି ପାରିଲେ ସଂଘ ଗଠନର ମୂଳ ଲକ୍ଷ୍ୟ ଓ ଉଦେଶ୍ୟ ସାଧିତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ସଂଘ ସମ୍ପାଦକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଧଳଙ୍କ ଆବାହକ୍‌ତ୍ୱରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ସରପଞ୍ଚ ସବିତା ରାଣୀ ନାୟକ,ସଂଘ ସଭାପତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୂରଲୀଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ଉପଦେଷ୍ଟା ଉପେନ୍ଦ୍ର ନାଥ ଶତପଥୀ, ବିଷ୍ଣୁ ପ୍ରସାଦ ପଣ୍ଡା, ବରିଷ୍ଟ ବିଜେପି ନେତା ମଦନ ମୋହନ ଦାଶ ପ୍ରମୁଖ ଯୋଗ ଦେଇ ସଂଘର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ବୟଷର ଅପରାହ୍ନରେ ବରିଷ୍ଠ ମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥରରେ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ପତି, ରାମଚନ୍ଦ୍ର ସାହୁ, ଅନିତା ବେହେରା, ମାୟାଧର ଦାସ, ସୁରେନ୍ଦ୍ର ପଣ୍ଡା, ଅଶୋକ ମହାନ୍ତି ପ୍ରମୁଖ ସକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ରଘୁନାଥ ଦାଶ, ବାସନ୍ତି ତିଆଡ଼ି, ନରେନ୍ଦ୍ର ଗାହାଣ, ଦାମୋଦର ଜେନା ନୂତନ ଭାବେ ମଞ୍ଚରେ ଯୋଗ ଦେଇଥିବା ବେଳେ ଶେଷରେ ରାମଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଗୋପିନାଥପୁର, ଚାରିଗାଁ, ଚକ୍ରାପାଢୀ, ଅଣିଜୋ, ମହାନ୍ତିପଡ଼ା, ବିଟିପୁର, ବଡ଼ମହିଷିଗୋଠ ରୁ ଶତାଧିକ ସଂଘ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।