Odiapua.com

ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ଓ ପରିଚୟ ପତ୍ର ବଂଟନ

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବରିଷ୍ଠ ନାଗରିକ ପରିଷଦର ସଭାଗୃହରେ ପରିଷଦର ସଭାପତି ଘଣ୍ଟେଶ୍ୱର ସାହୁଙ୍କ ସଭାପତିରେ ଏକ କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଂଟନ କରାଯାଇଥିଲା । ଏହି ଅବସରରେ ଥାନାଧିକାରୀ ରତିକାନ୍ତ ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ପରିସ୍ଥିତିରେ ବରିଷ୍ଠ ନାଗରିକ ମାନଙ୍କର ପରାମର୍ଶ ନେଇ କାର୍ଯ୍ୟ କରିବାର ସମୟ ଆସିଛି । ସେମାନଙ୍କ ପରାମର୍ଶ କ୍ରମେ କାମ କଲେ କୌଣସି ଅସୁବିଧା ହେବନାହିଁ ବୋଲି ପ୍ରକାଶ କରିଥିଲେ । ପରେ ନୂତନ ସଦସ୍ୟ ମାନଙ୍କୁ ପରିଚୟ ପତ୍ର ବଂଟନ କରାଯାଇଥିଲା । ପରିଷଦର ସାଧାରଣ ସଂପାଦକ ଶଚୀକାନ୍ତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରଥ ସେଠୀ, ଅନିଲ କୁମାର ବାରିକ, ରାମଚନ୍ଦ୍ର ସାହୁ, ଧିରେନ୍ଦ୍ର ଦାଶ, ମହେଶ୍ୱର ସ୍ୱାଇଁ, ପ୍ରମୋଦ ନାୟକ, ପ୍ରିୟରଂଜନ ସାମଲ, ପୁରୁଷୋତମ ଦାସ, ଯୁଧିଷ୍ଠିର ପଣ୍ଡା, ବୃଦ୍ଧିରାମ ବେହେରା, ଦଶରଥ ଦାସ, ଭାସ୍କର ଚନ୍ଦ୍ର ସାମଲ, ଅଭିମନ୍ୟୁ ମଲ୍ଲିକ, ସେକ ଅବଦୁଲ ହାକିମ, ଲକ୍ଷ୍ମୀଧର ପାଗଳ, ଦାମୋଦର ମଲ୍ଲିକ, ନୃସିଂହ ନାୟକ, କମଳାକାନ୍ତ ତ୍ରିପାଠୀ, ମୁରଲୀଧର ସାହୁ ପ୍ରମୁଖ ଯୋଗଦେଇ ଧାମନଗର ଅଂଚଳର ଟ୍ରାଫିକ ସମସ୍ୟା, ମଦମୁକ୍ତ ଧାମନଗର, ଜାତୀୟ ରାଜପଥର ଧାମନଗର ଛକ ଠାରେ ଦ୍ରୁତଗାମୀ ବସ ରହଣି ଦାବି ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ପରିଷଦର କୋଷାଧ୍ୟକ୍ଷ ନିରାକାର ଧଳ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।