Odiapua.com

ବରିଷ୍ଠ ଦୈତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରେ ପତ୍ନୀ ବିନୋଦିନୀଙ୍କ ପରଲୋକ

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରବିବାର ଦିନ ଶ୍ରୀମନ୍ଦିର ବରିଷ୍ଠ ଦୈତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ର ଠିକ୍ ଦୁଇ ଦିନ ପରେ ତାଙ୍କର ପତ୍ନୀ ବିନୋଦିନୀଙ୍କ ଭୁବନେଶ୍ୱର ଠାରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। କୋଭିଡ୍ ସଂକ୍ରମଣ କାରଣରୁ ତାଙ୍କର ଶବ କୁ ପ୍ରଶାସନ ପୁରୀ ଛାଡି ନଥିଲା। କୋଭିଡ୍ ଗାଇଡଲାଇନ ଅନୁଯାୟୀ ବିନୋଦିନୀଙ୍କ ଶବ ଭୁବନେଶ୍ୱରରେ ସତ୍କାର କରାଯାଇଛି। ସେବାୟତ ହୋଇଥିଲେ ମଧ୍ୟ କୋଭିଡ୍ ଯୋଗୁଁ ସ୍ୱର୍ଗଦ୍ୱାରରେ ତାଙ୍କ ଶବ ସତ୍କାର କରାଯାଇପାରିଲା ନାହିଁ। ତାଙ୍କ ମୃତ୍ୟୁରେ ସେବାୟତ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ପ୍ରେମାନନ୍ଦ ଓ ବିନୋଦିନୀ ଉଭୟ ଧର୍ମପରାୟଣ ଥିଲେ। ସେ ସମସ୍ତଙ୍କୁ ସ୍ନେହର ଡୋରିରେ ବାନ୍ଧି ରଖିପାରିଥିଲେ।