Odiapua.com

ବରିଷ୍ଠ କଂଗ୍ରେସ ଦଳିତ ନେତା ଦାମୋଦର ମଳିକଙ୍କ ପରଲୋକ

କେନ୍ଦ୍ରାପଡା ୩୦/୭(ଓଡ଼ିଆ ପୁଅଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ସାମିଲ ପଦାଲୋ ଗ୍ରାମର ବରିଷ୍ଠ କଂଗ୍ରେସ ଦଳିତ ନେତା ଦାମୋଦର ମଳିକଙ୍କର ମଙ୍ଗଳବାରଦିନ ୯୦ ବର୍ଷ ବୟସରେ ତାଙ୍କ ପଦାଲୋସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ମଳିକ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ସୂର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ୧୯୬୭ ମସିହାରେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ ମଧ୍ୟ ବିଜୁବାବୁଙ୍କୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚକ୍ରଧର ଶତପଥୀ ପାଟକୁରାର ବିଧାୟକ ଭାବେ ନିର୍ବାଜିତ ହୋଇଥିଲେ। କିନ୍ତୁ ବିଜୁବାବୁ ଶେଷ ପର୍ଯ୍ୟନ୍ତ ସୂର୍ଗତ ମଳିକଙ୍କୁ ବହୁତ ଭଲପାଉଥିଲେ। ଶ୍ରୀ ମଳିକ ଶେଷଜୀବନ ପର୍ଯ୍ୟନ୍ତ ଜିଲ୍ଲାର ଜଣେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଦୂରରୁ ତାଙ୍କର ଶେଷଦର୍ଶନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଡା- ଅଲେଖ ଚନ୍ଦ୍ର ଦାସ, ମହମ୍ମଦ ଆକବର ଅଲ୍ଲୀ, ନଳିନୀ ବିହାରୀ ମହାନ୍ତି, ସାମ୍ବାଦିକ ଚିତରଞ୍ଜନ ଦାସ, ଆଶିଷ ସେନାପତି, ଅମର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ସାହୁ, କଂଗ୍ରେସ ନେତା ରମାକାନ୍ତ ଦାସ, ପ୍ରଫୁଲ୍ଲ ଦାସ, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଶ୍ରୀକାନ୍ତ ନାୟକ, ବିଜୟ କୁମାର ଅଗ୍ରୱାଲ, ସରୋଜ କୁମାର ସାହୁ, ଗୈାରାଙ୍ଗ ବେହେରା, ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ସରୋଜରାଜ ସିଂ, ବିଜୟକୃଷ୍ଣ ସାହୁ, ଗୈାରପ୍ରସାଦ ମହାପାତ୍ର, ମୁକ୍ତାର ଖାଁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ତଥା କଂଗ୍ରେସ ନେତା ପ୍ରଦିପ କୁମାର ମହାନ୍ତି କହିଛନ୍ତି ଯେ ଆମ ଜିଲ୍ଲା ଜଣେ ସଚ୍ଚୋଟ ଦଳିତ କଂଗ୍ରେସ କର୍ମୀଙ୍କୁ ହରାଇଲା ଓ ଏହା ଏକ ଶୂନ୍ୟସ୍ଥାନ ସୃଷ୍ଟିକଲା।