Odiapua.com

ବରିଷ୍ଠ କଂଗ୍ରେସନେତାଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ତିର୍ତ୍ତୋଲ୨୬/୭ (ଓଡ଼ିଆ ପୁଅ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ରାଜସ୍ୱ ଆମ୍ବେରୀ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ କୁମାର ଦାସଙ୍କ ବିୟୋଗରେ ତାଙ୍କ ବାସଭବନରେ ଏକାଦଶ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଦାସ ଜଣେ କଂଗ୍ରେସ ଦଳର ବରିଷ୍ଠ ସଂଗଠକଭାବେ ପଞ୍ଚାୟତରେ ରହି ବିଭିନ୍ନ ସାଂଗଠନିକ ଅନୁଷ୍ଠାନ ସହିତ ଜୋଡ଼ି ହୋଇ ଲୋକମାନଙ୍କର ସୁପରିଚିତ ହୋଇପାରିଥିଲେ। ଏହା ସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ। ଏକାଦଶ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ କରାଯାଇଥିଲା। ଏହି ସଭାରେ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିକ୍ରମ ମହାନ୍ତିଙ୍କ ସଭାପତିତ୍ୱ କରିଥିବାବେଳେ ଅନୁଷ୍ଠିତ ସ୍ମୃତି ସଭାରେ କଂଗ୍ରେସ ନେତା ତଥା ତିର୍ତୋଲର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରହରି ସ୍ୱାଇଁ, ପାରାଦ୍ୱିପର ବରିଷ୍ଠ କଂଗ୍ରେସ ନେତା ବାପି ସର୍ଖେଲ, ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦକ ଇଂ ପ୍ରମୋଦ କିଶୋର ଜେନା, ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ, ରାକେଶ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ମଲିକ, ଗୋଲେଖ ବିହାରୀ ଓଝା, ସଂଗ୍ରାମ କିଶୋର ଦାସଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରୀକ ତଥା ସ୍ୱର୍ଗତ ଦାସଙ୍କପୁତ୍ର, ପୁତ୍ରବଧୂ, ଝିଅ ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ପରିବାରର ଅନ୍ୟସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ଦାସ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ।