Odiapua.com

ବରିଷ୍ଠ ଆଇନ୍‌ଜୀବୀ ସ୍ୱର୍ଗତଃ ବିବେକାନନ୍ଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚନ ଓ ସ୍ମୃତିଚାରଣ ସଭା

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ବରିଷ୍ଠ ଆଇନ୍‌ଜୀବି ସ୍ୱର୍ଗତ ବିବେକାନନ୍ଦ ମହାନ୍ତିଙ୍କର ତୈଳଚିତ୍ର ଉନ୍ମୋଚନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମାନ୍ୟବର ଜିଲ୍ଲା ଜଜ୍ ଶିଶିର କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ବିବେକାନନ୍ଦ ତୈଳଚିତ୍ରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବା ସହ ସ୍ୱର୍ଗତ ମହାନ୍ତି ଜଣେ ଅମାୟିକ, ପରୋପୋକାରି ଓ ଦାୟିତ୍ୱ ସଂପନ୍ନ ଆଇନ୍‌ଜୀବି ଥିଲେ ବୋଲି ସ୍ମୃତିଚାରଣରେ କହିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତୀ ସାହା ଯୋଗଦାନ କରି ସ୍ୱର୍ଗତ ଆଇନ୍‌ଜୀବି ବିବେକାନନ୍ଦଙ୍କର ସମାଜ ଓ ଆଇନ୍‌ଜୀବି ମାନଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ କରିଛନ୍ତି ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଜଜ୍ ନିଶିଥ୍ ନିଶାନ, ପୋଷ୍କ କୋର୍ଟର ଜଜ୍ ମିନତୀ ପଣ୍ଡା, ସିଜିଏମ, ରେଜିଷ୍ଟର, ସବ୍‌ଜଜ୍‌, ଆସିଷ୍ଟାଣ୍ଡ ସବ୍‌ଜଜ୍‌, ଏସଡିଜିଏମ ଓ ଡିଏଲଏସ ସଂପାଦକ, ସ୍ଥାୟୀ ଲୋକ ଅଦାଲତର ଜଜ୍‌, କୋର୍ଟ ମେନେଜରଙ୍କ ସମେତ ସମସ୍ତ ଜୁଡିସିଆଲ ବିଭାଗର ବିଚାରପତି ମାନେ ଉପସ୍ଥିତ ରହିଥିଲେ ।

ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ ଆଇନ୍‌ଜୀବି ନିରାକାର ଜେନା, ଦିବ୍ୟସିଂହ ନାୟକ, ପର୍ଶୁରାମ ଦ୍ୱିବେଦୀ, ରାଏ ରାମାନନ୍ଦ ମହାପାତ୍ର, ବାରର ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି କରୁଣାକର ଦାସ, ଯତିକାନ୍ତ ନାୟକ, ସୂର୍ଯ୍ୟକାନ୍ତ କୁଅଁର, ସନ୍ତୋଷ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ପବନ ଶର୍ମା, ବିଜନ କୁମାର ଜେନା ପ୍ରମୁଖ ସ୍ୱର୍ଗତ ଆଇନ୍‌ଜୀବି ବିବେକାନନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ବାରର ଯୁଗ୍ମସଂପାଦକ ନିକୁଞ୍ଜ ପୁହାଣ, ସହକାରୀ ସଂପାଦକ ଅଭୟ କୁମାର ସେଠୀ, ସହକାରୀ ସଂପାଦକ ଅଶୋକ ନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, କାର୍ଯ୍ୟକାରୀ ସଦସ୍ୟ ସଂଜୟ ନାୟକ, ସଂଗ୍ରାମ ଜେନା, ସେକ୍ ସାହାଜାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ମହାନ୍ତି, ରାଜୀବ ବାରିକ, ଗୋଲକ ଦାସ, କାହ୍ନୁ ବାରିକ, ଧୀରେନ୍ଦ୍ର ରାୟ, ପଙ୍କଜ ପରିଡା, ନିଶିକାନ୍ତ ନାୟକ, ଗିରିଧାରୀ ନାଥ, ସନାତନ ଦୀକ୍ଷିତ, ପ୍ରଦୀପ ଜେନା, କିଶୋର ବଳ, ମନୋରଂଜନ ଦାସ, ହୃଦାନନ୍ଦ ସୂତାର, ବିଶ୍ୱଜିତ୍ ରାଉତଙ୍କ ସମେତ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବି ମାନେ ଯୋଗଦେଇଥିବା ବେଳେ ବାରର ଅଫିସ ପରିଚାଳକ ସଂଜୟ ନାୟକ ଓ କେଦାନାଥ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ଆଇନ୍‌ଜୀବିଙ୍କ ପୁତ୍ର ଶିବାନନ୍ଦ ମହାନ୍ତି, କନ୍ୟା ଅଭିଲିପ୍ସା ମହାନ୍ତି, ଦାଦା ରବିନ୍ଦ୍ର ମହାନ୍ତି, ମାତା ରଂଜନା ମହାନ୍ତି, ବୋହୂ ସିପ୍ରା ରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।