Odiapua.com

ବରିଷ୍ଠ ଆଇନଜୀବି ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ବରିଷ୍ଠ ଆଇନ୍‌ଜୀବୀ ତଥା ପୂର୍ବ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରାମ ଜେଠମଲାନୀଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ ଦୁଇ ସପ୍ତାହ ହେଲା ସେ ୨୪ ଘଣ୍ଟିଆ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ଥିଲେ।ଯଦି ଆମେ ତାଙ୍କ ବିଷୟରେ କହିବା, ତେବେ ସେ ୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରାନ୍ତର ସିକରପୁରରେ ଜନ୍ମିତ ରାମ ବୁଲନ୍ଦଚନ୍ଦ ଜେଠମଲାନୀ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଟ୍ରାଏଲ୍‌ କୋର୍ଟରେ ବହୁ ଐତିହାସିକ ମାମଲା ଲଢ଼ି ଜିତାପଟ ହାସଲ କରିଛନ୍ତି। ଆଉ ମାତ୍ର ୧୮ ବର୍ଷ ବୟସରେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୧୦ ମସିହାରେ ତାଙ୍କୁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।