Odiapua.com

ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନବୀନଙ୍କ ନୂଆ ଦାୟିତ୍ବ

ଭୁବନେଶ୍ଵର,୩୦/୧୦,(ଓଡ଼ିଆ ପୁଅ ପି ନାୟକ):

ଆଜି ୧୩ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଯୋଜକ ଭାବେ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ଭୀମସାର ଦାୟିତ୍ୱରେ ବି ରହିବେ ସୁରେଶ ମହାପାତ୍ର। ଏହାଛଡା  ପ୍ରଦୀପ୍ତ ମହାପାତ୍ରଙ୍କୁ  ବାଲେଶ୍ୱର ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ମେଡିକାଲ କଲେଜ ଦାୟିତ୍ୱରେ ନିକୁଞ୍ଜ ଧଳ, କେନ୍ଦୁଝର ମେଡିକାଲ କଲେଜ ପାଇଁ ରାଜକୁମାର ଶର୍ମା, ଯାଜପୁର ମେଡିକାଲ କଲେଜ ପାଇଁ ମୋନା ଶର୍ମା, ଅନୁଗୁଳ ପାଇଁ ଅନୁ ଗର୍ଗ, ବଲାଙ୍ଗିର ମେଡିକାଲ କଲେଜ ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ ଦାୟିତ୍ୱ ଦିଆଯାଇଛି।