Odiapua.com

ବରିଷ୍ଠ ଅଧିବକ୍ତା ସ୍ୱର୍ଗତଃ ନିରାକାର ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ନିମନ୍ତେ ପ୍ରସ୍ତୁତି ବୈଠକ

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ବାଇପାସ୍ ରୋଡ ସ୍ଥିତ ଭାଗିରଥି ପାଠାଗାରରେ ଭଦ୍ରକ ଜିଲ୍ଲାର ଗୌରବ, ସମାଜରେ ଏକ ଦରଦୀ ସାରଥୀ ଓ ଚଳନ୍ତି ପ୍ରେରଣା ତଥା ରାଜ୍ୟର ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ନିରାକାର ଜେନାଙ୍କ ପ୍ରଥମ ଶ୍ରାଦ୍ଧଦିବସ ପାଳନ ନିମନ୍ତେ “ନିରାକାର ଜେନା ସ୍ମୃତି କମିଟି’ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏଥିରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ସିପିଆଇ(ଏମ) ନେତା ଓ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ, ବିଶିଷ୍ଟ ସମାଜସେବୀ ପ୍ରଫେସର ବ୍ରଜ ମିଶ୍ର, ସୁଧାକର ରାଉତ, ଶାନ୍ତନୁ ରାଉତ, ଶ୍ରୀମତୀ ଅମିତାବାଳା ଆଚାର୍ଯ୍ୟ, ବରିଷ୍ଠ ଅଧିବକ୍ତା ପବନ ଶର୍ମା, ସନ୍ତୋଷ ଆଚାର୍ଯ୍ୟ, ବିଜନ ଜେନା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିବର୍ଗ ମାନଙ୍କ ସାନିଧ୍ୟ ତାଙ୍କ ସ୍ମୃତିକୁ ଅଧିକ ପ୍ରଭାବଶାଳୀ କରିଦେଇଛି।