ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର ସଦସ୍ୟ ବରିଷ୍ଠ ଅଧିବକ୍ତା ସତ୍ୟବ୍ରତ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂଘର ସଭାପତି ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତଃ ତ୍ରିପାଠୀଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ବରିଷ୍ଠ ସଂପାଦକ ଦିବ୍ୟସିଂହ ନାୟକ, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅରୁଣ ଚାନ୍ଦ, ପବନ ଶର୍ମା, ପ୍ରଫୁଲ୍ଲ ସାମଲ, ଶ୍ରୀକାନ୍ତ ବିଶ୍ୱାଳ, ସନାତନ ଦୀକ୍ଷିତ, ଶଶିଭୂଷଣ ପଣ୍ଡା (କ), ଶଶିଭୂଷଣ ପଣ୍ଡା (ବି), ସୂର୍ଯ୍ୟକାନ୍ତ କୁଅଁର, ଜମିଲ ଅହେମ୍ମଦ, ଅକ୍ଷୟ ମଲ୍ଲିକ, ସଂଜୟ ମହାନ୍ତି, ଅରୁଣ ମିଶ୍ର, ଜିତେନ ପଣ୍ଡା, ନାରାୟଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ପଣ୍ଡା ଓ ମନୋରଞ୍ଜନ ଦାସ ପ୍ରମୁଖ ସ୍ୱର୍ଗତଃ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ବାବଦରେ ଆଲୋଚନା କରିବା ସହ ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦ୍ଗତି ହେଉ ବୋଲି କହିଥିଲେ । ଶେଷ ଜୀବନରେ ଜଣେ ସଫଳ ଓକିଲ ଓ ଜଣେ ଭଲ ମଣିଷ ଥିଲେ ବୋଲି ସଭାପତି ଶ୍ରୀ ଜେନା ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୋର୍ଟ କାର୍ଯ୍ୟକୁ ଓକିଲ ସଂଘ ପକ୍ଷରୁ ବନ୍ଦ କରାଯାଇଥିଲା ।