Odiapua.com

ବରିଷ୍ଠ ଅଧିବକ୍ତା ଦୁର୍ଗାପ୍ରସନ୍ନ ରାୟ ମହାପାତ୍ରଙ୍କ ବିୟୋଗରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଶୋକସଭା

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଳାଙ୍ଗ ଜିଲ୍ଳା କୋର୍ଟ ପରିସର ରେ ଥିବା ବାର ଆସୋସିଏସନର ହଲ୍ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅରୁଣ ଚାନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ସ୍ୱର୍ଗତ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ରଙ୍କ ମର ଶରୀରକୁ କୋର୍ଟ ପରିସର ରେ ବୁଲାଇବା ପରେ, ତାଙ୍କୁ ଆଇନଜୀବୀ, ବିଚାରପତି ଓ ବିଚାର ବିଭାଗୀୟ କର୍ମଷେତ୍ରରେ କାର୍ଯ୍ୟରତ କର୍ମଚାରି ଓ ମୋହରୀରମାନେ ଶେଷ ଦର୍ଶନ କରିଥିଲେ। ଉକ୍ତ ସଭାରେ ତାଙ୍କ ଫଟୋଚିତ୍ରରେ ଶତାଧିକ ଆଇନଜୀବୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଦୁଇମିନିଟ୍ ନୀରବ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ, ଓକିଲ ସଂଘ ର ସଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ରଙ୍କ ଜନ୍ମ୍ ଧୁଷୁରୀ ଥାନା ଅନ୍ତର୍ଗତ ନଦୀଗାଁ ଗ୍ରାମ ରେ ଏକ ପ୍ରତିଷ୍ଠିତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପିତା ଜଣେ କାରାଗାର ରେ ଅଫିସର ଭାବେ କାର୍ଯ୍ୟରତ ଥିଲେ, ସେ ପ୍ରାୟ ତିରିଶି ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ, ବାର ଆସୋସିଏସନର ଜଣେ ପୂର୍ବତନ କର୍ମ କର୍ତା କାର୍ଯ୍ୟ କରିଥିଲେ ବୋଲି କହିଥିଲେ। ସେ ତାଙ୍କ ର କର୍ମ ମୟ ଜୀବନରେ ବହୁ ଚର୍ଚ୍ଚିତ ମୋକଦ୍ଦମା ପରିଚାଳନା କରିଥିଲେ। ସେ ଜଣେ ମିଷ୍ଟ ଭାଷୀ, ପର ଉପକାରୀ ବ୍ୟକ୍ତି ଭୋ୍ୱ ଭଦ୍ରକ ଜିଲ୍ଲାରେ ପରିଚିତ ଥିଲେ। ତାଙ୍କ ର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ବକ୍ତବ୍ୟ ରଖିଥିଲେ ବରିଷ୍ଟ ଆଇନଜୀବୀ, ଦିବ୍ୟ ସିଂହ ନାୟକ, ପବନ ଶର୍ମା, ଜାମିଲି ଅହମଦ, ଦେବେନ୍ଦ୍ର ପଣ୍ଡା, ନାରାୟଣ ମହାପାତ୍ର, କାହୁଁ ବାରିକ, ଗିରିଧାରୀ ନାଥ, ପ୍ରଫୁଲ୍ ସାମଲ, ସରୋଜ ଦାଶ, ପର୍ଶୁରାମ ଦ୍ୱିବେଦୀ, ନାରାୟଣ ମହାନ୍ତି, ବୁଧିରମ ପାଣିଗ୍ରାହୀ, ଶଶୀ ଭୂଷଣ ପଣ୍ଡା, ଶେକ୍ ଅବଦୁଲ ଇସ୍ତାହାର, ବାର ଆସୋସିଏସନର ଆସିଷ୍ଟାଂଟ ସେକ୍ରେଟାରୀ, କମଳିନୀ ନାୟକ ଓ ସରକାରୀ ଓକିଲ ଦୀପ୍ତି କାନ୍ତ ଜେନା, ନିତ୍ୟା ନନ୍ଦ ନାୟକ, ମାଧବାନନ୍ଦ ଦାସ, ପୂର୍ବତନ ବାର ଆସୋସିଏସନର ସମ୍ପାଦକ ଓ ପୂର୍ବତନ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ସଭ୍ୟ ପବନ୍ ଶର୍ମା ତାଙ୍କ ବକ୍ତବ୍ୟ ପ୍ରଦାନ କରି ସ୍ୱର୍ଗତ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ରଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।