Odiapua.com

ବରହମପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ବି.ଟି.ପୁର ପଞ୍ଚାୟତ ଅଧିନ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବରହମପୁରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀଙ୍କ ମଞ୍ଚ ପରିଚାଳନାରେ ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ, ପୂର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ନାୟକ, ଯୁଧିଷ୍ଟିର ବାରିକ, ଭଗବାନ ବିଶ୍ୱାଳ, ଗୋଲାପ ମଞ୍ଜରି ନାୟକ, ନାରାୟଣ ପାତ୍ର ପ୍ରମୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ ବଳରେ ଜୀବନର ଲକ୍ଷ୍ୟ ସ୍ଥଳରେ ଆଗେଇ ଯିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ସମିତି ସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା, ସିଆର୍‌ସିସି ନିରଞ୍ଜନ ଖିଲାର, ସମାଜସେବୀ ଗୋଲକ ପୃଷ୍ଟି, ପରିଚାଳନା କମିଟି ସଭାପତି ଶରତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀଙ୍କ ସଭାପତିତ୍ୱରେ ସସ୍ମିତା ଜେନା ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଡଲିରାଣୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଗଣନାଥ ବେହେରା, ଶିକ୍ଷୟିତ୍ରୀ ବନ୍ୟା ବିଜୟିନୀ ଜେନା, ପ୍ରୀତିଲତା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସକାଳେ ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ ପାନୀୟ ଜଳ(ଆକ୍ୱାଗାର୍ଡ଼)ର ଶୁଭାରମ୍ଭ କରିଥିଲେ ।