Odiapua.com

ବରମୁଣ୍ଡା ଆନ୍ତଃ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ ୫T ସଚିବ

– ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୧୮/୯ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥ ବରମୁଣ୍ଡା Inter State Bus Terminal ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଚ୍ଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( ୫T ) ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ । ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ISBT କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟ ରେ ୧୧.୪୮ ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡା ରେ ପାର୍କିଙ୍ଗ ATM, Food Court, Shop Restaurant, Commercial Space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି । ସେଠାରୁ ଶହେ ରୁ ଅଧିକ ଵସ ଚଳାଚଳର ବ୍ୟବସ୍ଥା କରାଯାଇଛି।