Odiapua.com

ବରଗଡ଼ର ସମ୍ବଲପୁରୀ ହସ୍ତତନ୍ତ ଗବେଷଣା କେନ୍ଦ୍ର ପ୍ରତିଷ୍ଟା ଦାବି କଲେ ସୁରେଶ ପୂଜାରୀ

ସମ୍ବଲପୁର, ୧୨/୧୨ (ଓଡ଼ିଆ ପୁଅ) ବରଗଡ଼ଠାରେ ହସ୍ତତନ୍ତ ଗବେଷଣା କେନ୍ଦ୍ର ପ୍ରତିଷ୍ଟା କରାଯାଉ ବୋଲି ସାଂସଦ ସୁରେଶ ପୂଜାରୀ ଲୋକସଭାରେ ଦାବି କରିଛନ୍ତି। ସେ ସଂସଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିକହିଛନ୍ତି ଯେ, ବରଗଡ଼ ଜିଲ୍ଲା ଧାନ ଉତ୍ପାଦନ ସହିତ ଦେଶରେ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର କ୍ଷେତ୍ରରେ ଶ୍ରେଷ୍ଟ ସ୍ତାନ ଅଧିକାର କରିଛି। ଏହି ଜିଲ୍ଲାର କୋଡ଼ିଏ ହଜାରରୁ ଅଧିକ ପରିବାର ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ୭୫ ଜଣ ଜାତୀୟ ପୁରସ୍କାର ପ୍ରାପ୍ତ, ୨୫ ଜଣ ସଂଥ କବୀର ପୁରସ୍କାର ଏବଂ ଦଶ ଜଣ ରାଜ୍ୟ ପରୁସ୍କାର ପ୍ରାପ୍ତ କୁଶଳୀ ବାଂଧବସ୍ତ୍ର ଶିଳ୍ପୀ ବରଗଡ଼ ଜିଲ୍ଲା ରେ ଅଛନ୍ତି। ବରଗଡ଼ରେ ଜାତୀୟ ହସ୍ତତନ୍ତ ଏବଂ ବୟନ ପ୍ରଶିକ୍ଷଣ ସଂସ୍ତାନ ରହିଛି। ଏଠାରେ ଏକ୍ଷେତ୍ରରେ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ ବରଗଡ଼ ସଂସଦୀୟ କ୍ଷେତ୍ରରେ ହସ୍ତତନ୍ତ ଗବେଷଣା କେନ୍ଦ୍ର ପ୍ରତିଷ୍ଟାର ଆବଶ୍ୟକତା ରହିଛି। ଦେଶର ବିଭିନ୍ନ ସ୍ତାନରେ ଥିବା ସିଲ୍କ, ଧାନ କିମ୍ବା ଚା ଗବେଷଣା କେନ୍ଦ୍ର ଶୈଳୀରେ ଏହି ହସ୍ତତନ୍ତ ଗବେଷଣା କେନ୍ଦ୍ର ଖୋଲାଯାଉ। କେନ୍ଦ୍ର ବୟନ ଏବଂ ହସ୍ତତନ୍ତ ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ଠାରେ ସମ୍ବଲପୁରୀ ହସ୍ତତନ୍ତ ଗବେଷଣା କେନ୍ଦ୍ର ଖୋଲାଯିବାକୁ ସାଂସଦ ପୂଜାରୀ ପ୍ରଶ୍ନୋତର କାଳରେ ଦାବି କରିଥିଲେ। ଏବେ ସମ୍ବଲପୁରୀ ହସ୍ତତନ୍ତ ଧାରା ଏବଂ ଫେଶନ ର ଚହିଦା ଚାଲିଛି ବୋଲି ମଧ୍ୟ ସେ ସଂସଦରେ ରହିଛି।