Odiapua.com

ବରଗଡା ସେବା ସମବାୟ ସମିତିରେ ଋଣ ଜାଲିଆତି ଅଭିଯୋଗ, ଖୋଲିଥିଲା ତାଲା, ପୁଣି ପଡ଼ିଲା ତାଲା

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ସ୍ଥିତ ବରଗଡା ସେବା ସମବାୟ ସମିତିର ସମ୍ପାଦକ ଅଶୋକ ବସନ୍ତିଆ ଚାଷୀଙ୍କ ନାମରେ ଋଣ ଜାଲିଆତି କରିଥିବା ଅଭିଯୋଗ କରି ପୁଣି ଶତାଧିକ ଚାଷୀ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଲା ପକାଇଛନ୍ତି । ଆଜକୁ ୧୨ ଦିନ ହେବ ବରଗଡା ସମବାୟ ସମିତିର ଅଚଳାବସ୍ଥା ଜାରି ରହିଛି । ସୂଚନା ଥାଉକି; ଏହି ସମିତିରେ ପ୍ରାୟ ୧୪ଶହ ଜଣ ଚାଷୀ ଅଛନ୍ତି । ସେଥିମଧ୍ୟରୁ ୯ ଶହ ୫୦ ଜଣ ଚାଷୀ ପ୍ରତିବର୍ଷ ବିଭିନ୍ନ ପ୍ରକାର ଋଣ ନେଇଥାନ୍ତି । ଅନ୍ୟ ୪ଶହ ୫୦ ଜଣ ଚାଷୀ ସେବା ସମବାୟ ସମିତିକୁ ଆସିନାହାନ୍ତି କିମ୍ବା ସମିତିରୁ ୠଣ ନେବା ଦୂରରକଥା ସମିତି କିଭଳି ଦେଖିନାହାନ୍ତି ତାଙ୍କରି ନାମରେ ସମ୍ପାଦକ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ଋଣ କରି ଉଠାଇ ନେଇଥିବା କୌଣସି ସୂତ୍ରରୁ ଚାଷୀ ଖବର ପାଇଥିଲେ । ଏନେଇ ଚାଷୀମାନେ ଅସନ୍ତୋଷ ହେବା ସହ ଦ୍ରୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ ଦାବି କରିଛନ୍ତି । ସେହିପରି ଯେଇଁ ଚାଷୀ ସମବାୟ ସମିତିରୁ ଋଣ ନେଇଛନ୍ତି ସେମାନଙ୍କ ୠଣ ଖାତା ବା ସଞ୍ଚୟ ଖାତା ଏବଂ ଚେକ୍ ବହି ବର୍ଷ ବର୍ଷ ଧରି ସମ୍ପାଦକ ଦେଉନାହାନ୍ତି ।

ସମିତିରେ ଚାଷୀଙ୍କ ଖାତା ରଖାଯାଇ ସେମାନଙ୍କର ଖାତା ଋଣ ଟଙ୍କାର ପରିମାଣ ବଢାଇ ଦିଆଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ସମବାୟ ସମିିତିର ସମ୍ପାଦକ ବହିଷ୍କାର ଦାବି ନେଇ ଜିଲ୍ଲାପାଳଙ୍କ ପାଖରେ ଚାଷୀ ଫେରାଦ ହୋଇଥିବାବେଳେ ଆଉ ଏକ ଗୋଷ୍ଟି ସମବାୟ ସମିତି ଆଗରେ ତାଲା ପକାଇ ଅନଶନ କରିଥିଲେ । ଏନେଇ ସମିତିର ସମ୍ପାଦକ ଧୂଷୁରୀ ଥାନାରେ ଏତଲା ଦେଇଥିଲେ । ଥାନାଧିକାରୀ ପ୍ରଫୁଲ୍ଲ ସିଂଙ୍କ ନେତୃତ୍ୱରେ ଗତ ୨୯ ତରିଖରେ ତାଲା ଭଙ୍ଗାଯାଇଥିଲା । ଉଭୟ ଚାଷୀ ଗୋଷ୍ଟିଙ୍କର ଅଭିଯୋଗ କ୍ରମେ ଧାମନଗର ଶାଖା ପରିଚାଳକ ଆସି ପହଞ୍ଚି ଉଭୟ ଉଭୟ ଗୋଷ୍ଟି ସହିତ ଆଲୋଚନାକରି ୭ଦିନ ମଧ୍ୟରେ ସମସ୍ତ ଋଣିଙ୍କୁର କାହାର କେତେ ଟଙ୍କା ଅନିୟମିତତା ହୋଇଛି ଜଣାଇବାପାଇଁ ସମ୍ପାଦକଙ୍କୁ ତାଗିତ କରିଥିଲେ । ପୁଣି ୫ତରିଖ ମଙ୍ଗଳବାର ୧୧ଟା ବେଳେ ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ମହାକୁଡଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସମବାୟ ସମିତିରେ ପହଞ୍ଚିଥିଲେ । ବହୁ ଚାଷୀଙ୍କ ଖାତା ଓ ଚେକ୍ ବହି ସମ୍ପାଦକ ରଖିଥିବାବେଳେ ତାହାକୁ ଚାଷୀ ନେବା ପାଇଁ ଦାବି କରିଥିଲେ । ସମ୍ପାଦକ ଲୁଚି ରହୁଥିବାବେଳେ ଚାଷୀ ହୋହାଲ୍ଲା କରି ସମବାୟ ସମିତିରେ ପୁଣିଥରେ ତଲା ପକାଇଦେଇଛନ୍ତି । ଏନେଇ ସମ୍ପାଦକ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଆମ ଫୋନ ଉଠାଇ ନଥିଲେ ।ଦତେବେ ଏ ସମ୍ପର୍କରେ ଧାମନଗର ଶାଖା ପରିଚାଳକଙ୍କୁ ପଚାରିବାରୁ ଜିଏ ଯା କରିବ ସିଏ ହିଁ ଭୋଗିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।