Odiapua.com

ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଧାରଣା ସ୍ଥଗିତ, ସଚିବଙ୍କ ସହ ହେବ ଆଲୋଚନା

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଧରଣା ଶୁକ୍ରବାର ସ୍ଥଗିତ ହୋଇଛି । ଧାରଣାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ବିଭାଗୀୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁରକ୍ଷା କମିଟି ସହ ବିଭାଗୀୟ ସଚିବ ଅନୁ ଗର୍ଗ ଓ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତଚରଣ ମହାନ୍ତି ମିଳିତ ଭାବେ ଦାବିଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଖୁବ ଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଆଖୁଆପଦା ଡିଭିଜନ ଅତିରିକ୍ତ ଦାଇତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ବାମପାଶ୍ୱର୍ ନଦୀବନ୍ଧକୁ କଣ୍ଟିଘାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତିସୂଚକ ପତ୍ର ପ୍ରଦାନ କରିଥିଲେ । ସୁରକ୍ଷା କମିଟି ପକ୍ଷରୁ ଉପସଭାପତି ନାରାୟଣ ଚନ୍ଦ୍ର ବେହେରା, ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚଅକ୍ଷୟ କୁମାର ତ୍ରିପାଠୀ, ସୁବୋଧ ସାମଲ, ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସୁବ୍ରତ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ କଂଗ୍ରେସ ନେତା ଗୋଲକ ବେହେରା, ଜିତେନ୍ଦ୍ର କୁମାର ମହାପାତ୍ର, ନାରାୟଣ ଚନ୍ଦ୍ର ଘଡାଇ, ବସନ୍ତ କୁମାର ତ୍ରିପାଠୀ, ଶଶିକାନ୍ତ ମିଶ୍ର, ପପୁ ଦାସ, ସ୍ଥାନୀୟ ପଞ୍ଚାୟତ ମହିଳା ନେତ୍ରୀ ଦେବିକାରାଣୀ ବେହେରା, ଧନେଶ୍ୱର ବେହୁରିଆ, ବ୍ରଜକିଶୋର ମଲ୍ଲିକ, ମାନଗୋବିନ୍ଦ ରାଉତ, ନିହାର ରଞ୍ଜନ ରାଉତ, କାହ୍ନଚରଣ ଭୋଇ, ଦୁଃଶାସନ ଧଳ, ନାରାୟଣ ପରିଡା ପ୍ରମୁଖ ଧାରଣାରେ ବସିରହିଥିଲେ ।