Odiapua.com

ବନ୍ୟା ବିପନ୍ନଙ୍କୁ ମିଳିଲାନି କ୍ଷତିପୁରଣ ସହାୟତା

ହାଟଡିହି ୧୫ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ଚଳିତବର୍ଷ ବୈତରଣୀ ନଦୀେ ବନ୍ୟା ଆସିବାପରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିବାବେଳେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିଲେବି ଆଜି ପର‌୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରଭଙ୍ଗା ସହାୟତା କିମ୍ବା କ୍ଷତିଗ୍ରସ୍ଥ ଲୋକଙ୍କୁ ଆଜି ପର‌୍ୟ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାଖ ଭଦ୍ରକ ଜିଲ୍ଲାର ଲୋକମାନେ କ୍ଷତିପୁରଣ ସହାୟତା ସମେତ ଅନେକ ସରକାରୀ ସହାୟତା ପାଇଥିବାବେଳେ କେନ୍ଦୁଝର ଜିଲ୍ଲାର ବିପନ୍ନ ମାନଙ୍କୁ କେବଳ ବିସ୍କୁଟ ଓ ଚୁଡା ଯାହା ମିଳିଥିଲା । ଏହି ବନ୍ୟାରେ ଆଇତିପୁର ପଞ୍ଚାୟତର ରାଘବପୁର, ଆଇତିପୁର, ଅମୃତପୁର, ନୁଆଗାଁ, ଗେଡମା ପଞ୍ଚାୟତର ଜଳସରପୁର, ସାହାପୁର, ହାବଳେଶ୍ୱର ପଞ୍ଚାୟତର ହାବଳେଶ୍ୱର, ବାଲିପଦା, ଜମ୍ଭରା, ଢ଼ାଇପୋଖରୀ, ସରିଦା, ଜାବିନିପୁର, ଶାଳବଣୀ, ଡିମିରିଆ, ମଝିଗାଁ, ସମଣା ପଞ୍ଚାୟତର ଗୋବିନ୍ଦପୁର, କୁଆଡ, ବାହାରିପୁର, ଚାପୁଣ୍ଡିଆ, ସମଣା, ଗିରିଗାଁ, ତେଲସିଙ୍ଗା, କୋଦମଡିହି, ତେମଳା, ଆମ୍ବୋ ପଞ୍ଚାୟତର କରଗୋଳା, ଲଇଛଣପୁର, କୋଳିପଦୀ, ବେଗୁନିଆପଦି, ଅଣତିରା, ଶଙ୍ଖୋ, ସିମିିଆ, ସୁଲଣ ପଞ୍ଚାୟତର ବିରିଡି, ଜଳସରପୁର, ଆବୁଲୁପୁରା, ପଞ୍ଚୁଗୋଛିଆ ପଞ୍ଚାୟତର ପଞ୍ଚୁଗୋଛିଆ, ନୀଳାପୁର, ମୁଗୁପୁର, ସର୍ବେଶ୍ୱରପୁର, କଣ୍ଠିଆଡି, ବଳଭଦ୍ରପୁର, ତରଭା, ବରେଶ୍ୱର, ହୀରାପୁର, ଆଡହୁରିଆ, ଯଶୋବନ୍ତପୁର ଆଦି ଅନେକ ଗ୍ରାମରେ ପାଣିପସି ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଲଗାତାର ୪/୫ଦିନ ଧରି ପାଣି ପସିରହିବା ଦ୍ୱାରା ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ କଚାଘର ଗୁଡିକ ମାଟିରେ ମିଶିଯାଇଥିଲା । ରାଘବପୁର ଗ୍ରାମର ମହେଶ୍ୱର ବେହେରା, ଅନନ୍ତ ବେହେରା, ନିରାକାର ଜେନା, ରବିନ୍ଦ୍ର ଜେନା, ପ୍ରଫୁଲ ଜେନା, ନିରଞ୍ଜନ ଜେନା, ଅନୁସୁୟା ଜେନା, ସୁଦର୍ଶନ ଜେନା, ପଞ୍ଚାନନ ଜେନା, ବୃନ୍ଦାବନ ବାରିକ, ଅନାମ ବାରିକ, ନାରାୟଣ ମହାଳିକ, ନାରାୟଣ ଜେନାଙ୍କ ଘରେ ପାଣିପସି କାନ୍ଥ ଭାଙ୍ଗି ପଡିଥିଲା । ତନ୍ମଧ୍ୟରୁ ଅନେକ ଆଜି ପର‌୍ୟ୍ୟନ୍ତ ଘରକୁ ସଜାଡି ପାରି ନାହାନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଚୁଡା, ଗୁଡ, ବିସ୍କୁଟ ସହିତ ରନ୍ଧାଖାଦ୍ୟ ଦିଆଯିବା ପାଇଁ ୱାର୍ଡ ମ୍ମେ୍‌ର ମାନଙ୍କୁ କୁହାଯାଇଥିଲା । ୱାର୍ଡସଭ୍ୟ ମାନେ ତାହାସବୁ ବଣ୍ଟନ କରିଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ସେ ପଇସା ପାଇ ôନତବା କହିଛନ୍ତି । କିନ୍ତୁ ବନ୍ୟାର ୨୦ଦିନ ବିତିଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କ୍ଷତିଗ୍ରସ୍ଥ ବିପନ୍ନ ମାନଙ୍କୁ ସହାୟତା ମିଳିପାରିଲାନି । ପାଖ ଜିଲ୍ଲା ଭଦ୍ରକର କ୍ଷତିଗ୍ରସ୍ଥ ଲୋକଙ୍କ ସରକାରୀ ସହାୟତା ମିଳୁଥିବାବେଳେ କେନ୍ଦୁଝର ଜିଲ୍ଲାର ବିପନ୍ନ ମାନଙ୍କୁ ସହାୟତା ମିଳିବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏହି ବନ୍ୟାରେ ମୋଟ ୯ଟି ପଞ୍ଚାୟତର ୪୭ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ୬ଟି ଘର ମାଟିରେ ମିସିଥିବାବେଳେ ୩୯ଟି ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ୭୪ଟି ଗୁହାଳଘର ଭାଙ୍ଗି ଥିବାବେଳେ ୧୪୬୦ଟି ଘର ଆଂଶିକ କ୍ଷତିଗ୍ରସ୍ଥ ହୋଇଥିବା ସରକାରୀ ଆକଳନରୁ ଜଣାଯାଇଛି । ପ୍ରଶାସନ ପ୪ରୁ ତୁରନ୍ତ କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।